ସୁନ୍ଦରିଆ ପ୍ରିମିୟର ଲିଗ୍: ଯାଜପୁର ଏବଂ ପାଣିକୋଇଲି କ୍ୱାଟରରେ

Spread the love

ଯାଜପୁର,  ୫/୧ (ସନ୍ଧାନ ନିୟୁଜ): ଧର୍ମଶାଳା ବ୍ଲକ ଅନ୍ତର୍ଗତ ସୁନ୍ଦରିଆ ନିୟୁ ଲାଇଫ ୟୁଥ କ୍ଲବ ପକ୍ଷରୁ ମା ମୋତେଇ ପଡିଆରେ ଚାଲିଥିବା ସୁନ୍ଦରିଆ ପ୍ରିମିୟର ଲିଗ୍ର ୪ର୍ଥ ଦିବସରେ ଯାଜପୁର ଏବଂ ପାଣିକୋଇଲି ବିଜୟ ଲାଭ କରି କ୍ୱାଟରେ ପ୍ରବେଶ କରିଛନ୍ତି । ପ୍ରଥମ ମ୍ୟାଚରେ ସାଇ ଏକାଦଶ ଯାଜପୁର ଏବଂ କମାଗଡ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଟଚ ଜିତି କମାଗଡ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୨ଓଭରରେ ସମସ୍ତ ୱକେଟ ହରଇ ୭୫ରନ୍ ସଂଗ୍ରହ କରିଥିବା ବେଳେ ଦଳ ପକ୍ଷରୁ ତାପସ ଜେନା ୯ବଲରେ ୨୧ରନ୍ ଏବଂ ପ୍ରଫୁଲ୍ଲ ସ୍ୱାଇଁ ୧୮ବଲରେ ୧୯ରନ୍ ସଂଗ୍ରହ କରିଥିଲେ । ବପକ୍ଷ ଦଳର ବୋଲର ମଳୟ ସେଠୀ ୩ଓଭରରେ ୬ରନ୍ ଦେଇ ୪ଟି ୱକେଟ ଏବଂ କୁଲୁ ମିଶ୍ର ୩ଓଭରରେ ୧୪ରନ୍ ଦେଇ ୧ଟି ୱକେଟ୍ ଅକ୍ତିଆର କରିଥିଲେ । ଜବାବରେ ଯାଜପୁର ଦଳ ୬ଓଭରରେ ୪ଟିୱକେଟ ହରାଇ ୭୬ରନ୍ କରି ବିଜୟ ଲାଭ କରିଥିଲା । ଦଳପକ୍ଷରୁ କୁଲୁ ମିଶ୍ର ୧୪ବଲରେ ୨୯ରନ୍ ଏବଂ ପ୍ରଶାନ୍ତ ପରିଡା ୧୫ବଲରେ ୨୪ରନ୍ ସଂଗ୍ରହ କରିିଥିଲେ । ବିପକ୍ଷ ଦଳର ବୋଲର ମୁନା ସାହୁ ୩ ଓଭରରେ ୧୯ରନ୍ ନେଇ ୨ଟି ୱକେଟ ଏବଂ କେ.ସି. ରାଉତ ୧ଓଭରରେ ୧୫ରନ୍ ଦେଇ ୨ଟି ୱକେଟ ଅକ୍ତିଆର କରିଥିଲେ । ୨ୟ ପ୍ରର୍ଯ୍ୟୟ ମ୍ୟାଚ ପାଣିକୋଇଲି ଏବଂ ଗଙ୍ଗାଧରପୁର ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଗଙ୍ଗାଧରପୁର ବ୍ୟାଟିଂ କରି ନିର୍ଦ୍ଧାରିତ ୧୫ଓଭରରେ ସମସ୍ତୱକେଟ ହରାଇ ୯୬ ରନ୍ ସଂଗ୍ରହ କରିଥିବା ବେଳେ ଦଳ ପକ୍ଷରୁ ରାକେଶ ପାଳ ୧୪ବଲରେ ୩୫ରନ୍ ଏବଂ ସୁରେଶ ବେହେରା ୨୭ବଲରେ ୨୨ରନ୍ ସଂଗ୍ରହ କରିଥିଲେ । ବିପକ୍ଷ ଦଳର ବୋଲର ସେକ୍ ଅବୁକରିମ୍ ୩ଓଭରରେ ୨୦ରନ ଦେଇ ୪ଟି ୱକେଟ ଏବଂ ସେକ୍ ତପରେଜ୍ ୩ଓଭରରେ ୧୫ରନ୍ ଦେଇ ୨ଟି ୱକେଟ ଅକ୍ତିଆର କରିଥିଲେ । ଏହାର ଜବବାରେ ପାଣିକୋଇଲି ବ୍ୟାଂଟି ଆରମ୍ଭ କରି ନିଜର ୫ଟି ୱକେଟ ହରାଇ ତବରେଜ୍ ଖାଁଙ୍କ ୪୪ବଲରେ ୪୯ରନ୍ ଏବଂ ସେକ୍ ଜୁନିତ୍ଙ୍କ୧୩ବଲରେ ୨୫ରନ୍ ସହାୟତାରେ ୧୨ଓଭର ମଧ୍ୟରେ ବିଜୟ ଲାଭ କରିଥିଲେ । ବିପକ୍ଷ ଦଳର ବୋଲର ହିମାଂଶୁ ବରାଳ ୩ଓଭରରେ ୧୦ରନ୍ ଦେଇ ୩ଟି ୱକେଟ ଏବଂ ଦେବାଶିଷ ମହାରଣା ୩ଓଭରରେ ୨୨ରନ୍ ଦେଇ ୩ଟି ୱକେଟ ଅକ୍ତିଆର କରିଥିଲେ । ଆଜିର ଖେଳକୁ ସୁନିଲ ନାୟକ, ସନ୍ଦୀପ ଦାସ, ସୁଭ୍ରଜିତ ଦାସ, ଶ୍ରୀକାନ୍ତ ଦାସ ପରିଚାଳନା କରିଥିବା ବେଳେ ଶୁଭ ରଂଜନ ପରିଡା, ବିଜୟ ମହାରଣା, ପ୍ରଶାନ୍ତ ସ୍ୱାଇଁ, ପ୍ରଶାନ୍ତ ଖିଲାର, ଜଂଟି ବିଶ୍ୱାଳ, ସପ୍ତସାଗର ଦାସ ପ୍ରମୁଖ ସହଯୋଗ କରିଥିଲେ ।

Related Posts

About The Author

Add Comment