ଧର୍ମଶାଳା, ୧୪/୧ (ସନ୍ଧାନ ନିଉଜ): ନିୟୁ ଲାଇଫ ୟୁଥ କ୍ଲବ ପକ୍ଷରୁ ଧର୍ମଶାଳା ବ୍ଲକ ଅନ୍ତର୍ଗତ ସୁନ୍ଦରିଆ ମା ମୋତେଇ ଖେଳ ପଡିଆରେ ଚାଲିଥିବା ସୁନ୍ଦରିଆ ପ୍ରିମିୟର ଲିଗ ଉଦଯାପିତ ହୋଇଯାଇଛି । ଆଜିର ଫାଇନାଲ ମ୍ୟାଚ ମଧୁକେଶ୍ୱର କ୍ରିକେଟ ଟିମ କଂଟିଗଡିଆ୍ ଏବଂ ସୁଙ୍ଗୁଡା କିକ୍ରିଟେ ଟିମ୍ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ସୁଙ୍ଗୁଡା ଟିମ୍ ଟସ ୍ଜିତି ନିର୍ଦ୍ଧାରିତ ୨୦ଓଭରରେ ୧୦ୱେକେଟ୍ ହରାଇ ୨୫୧ ରନ୍ କରିଥିବା ବେଳେ ଦଳ ପକ୍ଷରୁ ଅଭିଶେକ ବେହେରା ୨୪ବଲରେ ୬୫ ରନ୍ ଏବଂ ସାନୁ ରାଉତ ୨୧ ବଲରେ ୪୯ରନ୍ ସଂଗ୍ରହ କରିଥିଲେ । ବିପକ୍ଷ ଦଳର ବୋଲର ମନୋରଂଜନ ସେଠୀ ୪ଓଭରରେ ୨୪ ରନ୍ ଦେଇ ୩ଟି ୱକେଟ ଏବଂ ଅଜିତ ନାୟକ ୪ଓଭରରେ ୪୫ରନ୍ ଦେଇ ୩ଟି ୱକେଟ୍ ଅକ୍ତିଆର କରିଥିଲେ । କଂଟିଗଡିଆ ଦଳ ପକ୍ଷରୁ ୧୫.୫ଓଭରରେ ସମସ୍ତ ୱକେଟ ହରାଇ ମାତ୍ର ୧୨୬ ରନ୍ କରିବାକୁ ସକ୍ଷମ ହୋଇଥିଲେ । ଦଳ ପକ୍ଷରୁ ଶେଷଦେବ ସ୍ୱାଇଁ ୨୪ ବଲରେ ୩୯ ରନ୍ ଏବଂ ରାକେଶ ସ୍ୱାଇଁ ୧୫ ରନ୍ କରିଥିବା ବେଳେ ବିପକ୍ଷ ଦଳର ବୋଲର ଆଲୋକ ବେହେରା ୩ ଓଭରରେ ୧୩ ରନ୍ ଦେଇ ୩ଟି ୱକେଟ୍ ଏବଂ ସୁରେଶ ପାତ୍ର ୩ ଓଭରରେ ୧୧ ରନ୍ ଦେଇ ୨ଟି ୱକେଟ ଅକ୍ତିଆର କରିଥିଲେ । ଆଜିର ଖେଳକୁ ୧୪ନମ୍ବର ଜୋନ ଜିଲ୍ଲାପରିଷଦ ଜଳଧର ମହାନ୍ତି ଉଦଘାଟନ କରିଥିବା ବେଳେ ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପୂର୍ବର୍ତନ ଜିଲ୍ଲାପରିଷଦ ଶ୍ରୀବାସ ଜେନା, ଏବଂ ଅଂଶୁମାନ ମେମୋରିଆର ଟ୍ରଷ୍ଟ ସମ୍ପାଦକ ହିମାଂଶୁ ଶେଖର ସାହୁ, ଏବଂ ସମ୍ମାନୀତ ଅତିଥି ଭାବେ ଜିଲ୍ଲା ପରିଷଦ ପ୍ରହଲ୍ଲାଦ ଲେଙ୍କା, ସୁନ୍ଦରିଆ ପ୍ରମିୟର ଲିଗର ପ୍ରଯୋଜକ ବନମାଳି ସେନାପତି , ସୁନ୍ଦରିଆ ସରପଂଚ ନିର୍ମଳ ଦାସ, ଚଳଚିତ୍ର ଅଭିନେତ୍ରୀ ଶ୍ରଦ୍ଧା ପାଣୀଗ୍ରାହୀ, ଏବଂ ଯାତ୍ରା ଅଭିନେତ୍ରୀ ରାଧା ପଣ୍ଣା ପ୍ରମୁଖ ଯୋଗ ଦେଇ ଉଭୟ ଦଳ ସମେତ ଅନ୍ୟ କୃତି ଖେଳାଳୀଙ୍କୁ ଟ୍ରଫି ଏବଂ ଅର୍ଥରାଶି ଦେଇ ସମ୍ପାନୀତି କରିଥିଲେ । ଆଜିର ଖେଳକୁ ନିକୁଞ୍ଜ ବେହେରା, ଗୋକୁଳା ନନ୍ଦ ପରିଚାଳନା କରିଥିବା ବେଳେ ବାବୁ ସିଂହା, ପ୍ରହଲ୍ଲାଦ ସାହୁ, ବିଜୟ ଦାସ ଖେଳର ଧାରା ବିବରଣୀ ପ୍ରଦାନ କରିଥିଲେ । ଶେଷରେ ନିୟୁ ଲାଇଫ ୟୁଥ କ୍ଲବର ସଭାପତି ସପ୍ତସାଗର ଦାସ ଧନ୍ୟବାଦ ପ୍ରଦାନ କରିଥିଲେ । ଏହାକୁ ସ୍ୱାଗତ ଦାସ, ଜଂଟି ପରିଡା, ସାଗର ସାମଲ, ଆଶିଷ ବିଶ୍ୱାଳ, ବିଜୟ ଦାସ, ଶୁଭ ରଂଜନ ପରିଡା, ଶ୍ରୀକାନ୍ତ ଦାସ, ଅମ୍ବିତ ସାମଲ, ସମ୍ବିତ ଦାସ, ରୋନେଶ ନାୟକ, ଅଶୋକ ବିଶ୍ୱାଳ, ପ୍ରଶାନ୍ତ ସ୍ୱାଇଁ ସମେତ ୟୁଥ୍ କ୍ଲବର ସମସ୍ତ ସଭ୍ୟ ସହଯୋଗ କରିଥିଲେ ।
ସୁନ୍ଦରିଆ ପ୍ରିମିୟର ଲିଗ୍ ଉଦଯାପିତ: କଂଟିଗଡିଆକୁ ହରାଇ ସୁଙ୍ଗୁଡା ଚଳିତ ବର୍ଷ ଚାମ୍ପିଆନ
|
January 14, 2023 |



