ସୁନ୍ଦରିଆ ଆଦର୍ଶ ପଞ୍ଚାୟତ ଫତେପୁର ଆଦିବାସୀ ଗ୍ରାମରେ ୬ ମାସ ହେଲା ପାଣି ପ୍ରକଳ୍ପ ଅଚଳ ୮ ମାସ ପରେ ପାଣି ନିଷ୍କାସନ ପାଇଁ ତରବରିଆ ଭାବ ଚାଲିଛି ଡ୍ରେନ ନିର୍ମାଣ, ଠିକାଦାର ପୀତ

Spread the love

ଧର୍ମଶାଳା,୦୮/୧୨ (ସନ୍ଧାନ ନିୟୁଜ): ରାଜ୍ୟର ଶ୍ରେଷ୍ଠ ପଞ୍ଚାୟତର ମାନ୍ୟତା ପାଇଥିବା ଧର୍ମଶାଳା ବ୍ଲକ ଆଦର୍ଶ ସୁନ୍ଦରିଆ ଗ୍ରାମ ପଞ୍ଚାୟତ ହରିଦେଈପୁର ଗାଁର ପାନୀୟ ଜଳ ଯୋଗାଣ ପ୍ରକଳ୍ପରେ ଦୁର୍ନୀତି ନେଇ ଲୋକାୟୁକ୍ତରେ ମାମଲା ଚାଲିଥିବା ବେଳେ ପୁଣି ଆଉ ଏକ ପ୍ରକଳ୍ପରେ ଲୁଚିଥିବା ଦୁର୍ନୀତି ପଦାକୁ ଆସିଛି । ଏହି ପଞ୍ଚାୟତର ଏକ ନମ୍ବର ଓାର୍ଡ ଫତେପୁର ଗାଁରେ ନଳକୂପ ପାଣି ନିଷ୍କାସନ ନିମନ୍ତେ ଡ୍ରେନ ନିର୍ମାଣ ନାଁରେ ୨ ଲକ୍ଷ ଟଙ୍କା ବ୍ଲକ ଅଧିକାରୀମାନଙ୍କ ଦ୍ୱାରା ହଡପ କରାଯାଇଥିବା ଅଭିଯୋଗ ହୋଇଛି । ଡ୍ରେନ ନିର୍ମାଣ ନହୋଇ ବିଲ ଉଠାଇ ନେଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ସୌର ଚାଳିତ ପାନୀୟ ଜଳ ଗତ ୬ ମାସ ଅଚଳ ହୋଇ ପଡିଥିବା ବେଳେ ମାସେ ହେଲା ନଳକୂପରୁ ପାଣି ବାହାରୁନି । ଏ ନେଇ ବାରମ୍ବାର ଦୃଷ୍ଟି ଆକର୍ଷଣ ପରେ ମଧ୍ୟ କେହୁ ଶୁଣୁ ନାହାନ୍ତି ବୋଲି ଗ୍ରାମବାସୀ ଅଭିଯୋଗ ଆଣିଛନ୍ତି । ଖାଲି ସେତିକି ନୁହେଁ ଏ ପ୍ରସଙ୍ଗରେ ସୂଚନା ଅଧିକାର ଆଇନ ଜରିଆରେ ବ୍ଲକ କାର୍ଯ୍ୟାଳୟରେ ମଗାଯାଇଥିବା ସୂଚନାରେ ଭୁଲ ତଥ୍ୟ ପ୍ରଦାନ କରିଛି ପ୍ରଶାସନ ବୋଲି ସୂଚନା କର୍ମୀ ସର୍ବେଶ୍ୱର ବେହୁରା ଅଭିଯୋଗ କରିଛନ୍ତି ।


ମିଳିଥିବା ସୂଚନା ଅନୁଯାୟୀ, ଫତେପୁର ଗ୍ରାମର ତଳ ସାହିରେ ୬୦ରୁ ଉଦ୍ଦ୍ୱର୍ ଆଦିବାସୀ ପରିବାର ବସବାସ କରନ୍ତି । ଦିନ ମଜୁରିଆ ଭାବରେ ଜୀବିକା ନିର୍ବାହ କରନ୍ତି ସେମାନେ । ଚଳନି ନିମନ୍ତେ ଗାଁରେ ୨ଟି ନଳକୂପ ଦୀର୍ଘ ବର୍ଷ ହେବ ରହିଛି । ସେହି ନଳକୂପ ପାଣି ବ୍ୟବହାର କରି ଆସୁଥିଲେ । କିନ୍ତୁ ଗତ ୨୦୧୮-୧୯ ଆର୍ଥିକ ବର୍ଷର ସେପ୍ଟେମ୍ବର ମାସରେ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ପକ୍ଷରୁ ଓଡିଶା ଅକ୍ଷୟ ଶକ୍ତି ବିକାଶ ସଂସ୍ଥା ଜରିଆରେ ଏକ ସୌର ଚାଳିତ ପାନୀୟ ଜଳ ପ୍ରକଳ୍ପ ନିର୍ମାଣ କରାଯାଇଥିଲା । ବିଭାଗ ପକ୍ଷରୁ ୩ ଲକ୍ଷ ୪୧,୨୦୦ ଟଙ୍କା ବ୍ୟୟ ଅଟକଳ କରାଯାଇ ୧୦ ହଜାର ଲିଟର କ୍ଷମତା ବିଶିଷ୍ଟ ପାଣି ଟାଙ୍କି ନିର୍ମାଣ ହୋଇଥିଲା । ପାଖରେ ଏକ ଷ୍ଟାଣ୍ଡ ପୋଷ୍ଟ ନିର୍ମାଣ କରାଯାଇଥିଲା । ଏହି ପ୍ରକଳ୍ପଟି ୬ ମାସ ଚାଲିଛି କି ନାହିଁ ୬ ମାସ ହେଲା ଖରାପ ହୋଇପଡିଛି । ବାରମ୍ବାର ସରପଞ୍ଚ ଓ ବିଭାଗୀୟ ଅଧିକାରୀମାନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ଏହାକୁ କେହି ମରାମତି କରିବାର ନାଁ ଧରୁ ନାହାନ୍ତି । ସେପଟେ ଏହି ପ୍ରକଳ୍ପଟି ଗତ ୬ ମାସ ହେଲା ଅଚଳ ହୋଇପଡିଥିବା ବେଳେ ପାଣି ନିଷ୍କାସନ ନିମନ୍ତେ ଗତ ୩/୪ ଦିନ ହେଲା ଏକ ଡ୍ରେନ ପାଇଁ ଗାତ ଖୋଳା ଚାଲିଛି । କିନ୍ତୁ ଏହି ଡ୍ରେନ ପ୍ରକଳ୍ପ ନିମନ୍ତେ ଗତ ୭/୮ ମାସ ତଳୁ ଏକ ଫଳକ ସେଠାରେ ମରାଯାଥିଲେ ମଧ୍ୟ କୌଣସି ଡ୍ରେନର ନାଗନ୍ଧ ନଥିଲା । କିନ୍ତୁ ହଠାତ ୩ ଦିନ ହେଲା ସେଠାରେ କାହିଁକି ଡ୍ରେନ ଖୋଳାଯାଛି ବୋଲି ଗ୍ରାମବାସୀ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି । ସେପଟେ ସୁନ୍ଦରିଆ ପଞ୍ଚାୟତ ହରିଦେଈପୁର ଜଳ ଯୋଗାଣ ପ୍ରକଳ୍ପ ଦୁର୍ନୀତି ନେଇ ଲୋକାୟୁକ୍ତରେ ମାମଲା ଓ ଧରପଗଡ ପରେ ଡ୍ରେନ ନିର୍ମାଣ ନକରି ଚୁପ ହୋଇ ବସି ଯାଇଥିବା ପ୍ରଶାସନ ଦୁର୍ନିତି ଧରାପଡିବା ଭୟରେ ପୁଣି ତତôପର ହୋଇଉଠିଛି ବୋଲି ଶୁଣାଯାଏ ।
ଗାଁରେ ମାସେ ହେଲା ୨ଟି ନଳକୂପ ଅଚଳ ହୋଇ ପଡିଥିବା ବେଳେ ଗାଁର ଝିଅବୋହୁମାନେ ଗୋଟିଏ କିଲୋମିଟର ହାତରେ ବାଲତି ଓ ଗରା ନେଇ ଉପରସାହିକୁ ପାଣି ଆଣିବାକୁ ଯାଉଛନ୍ତି । ସେମାନଙ୍କ ଗରିବି, ଅଶିକ୍ଷା ଓ ଅସଚେତନତାର ସୁଯୋଗ ନେଇ ପ୍ରଶାସନ ସେମାନଙ୍କୁ ବାରମ୍ବାର ଠକିବାରେ ଲାଗିଛି । ଗରିବଙ୍କ ଯୋଜନାକୁ ବାଟମାରଣା କରୁଛି । ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଓ ଡ୍ରେନ ନିର୍ମାଣ ନାଁରେ ମିଥ୍ୟା ବିଲ ଜରିଆରେ ଲକ୍ଷଲକ୍ଷ ଟଙ୍କା ଚଞ୍ଚକତା ହୋଇଥିବା ଜଣାଯାଏ । ଫତେପୁର ଗାଁରେ ପାନୀୟ ଜଳ ଯୋଗାଣ ସମ୍ପର୍କରେ ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ସୂଚନା କର୍ମୀ ସର୍ବେଶ୍ୱର ବେହୁରା ଗତ ମାସକ ତଳେ ଏକ ସୂଚନା ମାଗିଥଲେ । ଏହାର ଉତ୍ତରରେ ଫତେପୁରରେ ୩ ଲକ୍ଷ ୪୧,୨୦୦ ଟଙ୍କା ବ୍ୟୟ ଅଟକଳରେ ସୌର ଚାଳିତ ପାନୀୟ ଜଳ ପ୍ରକଳ୍ପ ନିର୍ମାଣ ହୋଇଥିବା ସମ୍ପର୍କରେ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ବିଭାଗ କୌଣସି ସୂଚନା ଦେଇ ନାହିଁ । ତେବେ ବିଭାଗ ଦୁର୍ନୀତି ଲୁଚାଇବାକୁ ମସୁଧା ବୋଲି ସେ ଅଭିଯୋଗ କରିଛନ୍ତି । ଏ ନେଇ ସେ ଲୋକାୟୁକ୍ତରେ ପୁନଶ୍ଚ ମାମଲା ରୁଜୁ କରିବେ ବୋଲି କହିଛନ୍ତି ।Report- Prasanta Samal

Related Posts

About The Author

Add Comment