ସୁନ୍ଦରଗଡ଼ରେ ଖୋଲିଲା ଅତ୍ୟାଧୁନିକ ପୁନର୍ବାସ କେନ୍ଦ୍ର

Spread the love
ସୁନ୍ଦରଗଡ଼, ୧୮/୦୭/୨୦ (ସନ୍ଧାନ ନିଉଜ) : ଭିନ୍ନକ୍ଷମମାନଙ୍କ ଚିକିତ୍ସା ପାଇଁ ସୁନ୍ଦରଗଡ଼ରେ ‘ଅତ୍ୟାଧୁନିକ ପୁନର୍ବାସ କେନ୍ଦ୍ର’ ଉଦଘାଟିତ ହୋଇଛି। ପଶ୍ଚିମ ଓଡ଼ିଶାର ଏହି ପ୍ରଥମ ‘ଅତ୍ୟାଧୁନିକ ପୁନର୍ବାସ କେନ୍ଦ୍ର’ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଖୋଲାଯାଇଛି। ଦୁର୍ଘଟଣା ପରବର୍ତ୍ତୀ ଚିକିତ୍ସା ଏବଂ କୃତ୍ରିମ ଅଙ୍ଗ ପ୍ରତିରୋପଣ ପାଇଁ ଏହି କେନ୍ଦ୍ରକୁ ଉତ୍ତରାଞ୍ଚଳ ରାଜସ୍ୱ କମିସନର ନିରଞ୍ଜନ ସାହୁ ଲୋକାର୍ପଣ କରିଛନ୍ତି। ଅନୁଷ୍ଠିତ ଉତ୍ସବରେ ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ, ସୁନ୍ଦରଗଡ଼ ବିଧାୟକ କୁସୁମ ଟେଟେ, ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଏମା ଏକ୍କା, ସିଡିଏମ୍‌ଓ ଡାକ୍ତର ସରୋଜ କୁମାର ମିଶ୍ର ଏବଂ ଜିଲ୍ଲାର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Related Posts

About The Author

Add Comment