ସୁନ୍ଦରଗଡ (ସନ୍ଧାନ ନିଉଜ) : – ଭାରତୀୟ ଡାକ ବିଭାଗ ସୁନ୍ଦରଗଡ ଡାକ ମଣ୍ଡଳ ତରଫରୁ ଶନିବାର ଡାକ ଅଧିକ୍ଷକଙ୍କ କାର୍ଯ୍ୟାଳୟରେ ସିଏସସି (ଜନସେବା କେନ୍ଦ୍ର) ସମ୍ପର୍କିତ ଏକ ତାଲିମ ଶିବିର ଅନୁଷ୍ଠିତ ହୋଇଥିଲା , ଶିବିରକୁ ସିଏସସି ଜିଲ୍ଲା ପରିଚାଳକ ଶ୍ରୀଯୁକ୍ତ ସୁମନ୍ତ ପଟେଲ ପରିଚାଳନା କରିଥିଲେ I ଏହି ପରିପ୍ରେକ୍ଷୀରେ ସାଧାରଣ ଜନତା କିପରି ନିଜ ନିଜ ଅଞ୍ଚଳରେ ବିଭିନ୍ନ ସରକାରୀ ଏବଂ ବେସରକାରୀ ସେବା ଯଥା ବସ ଟିକେଟ ,ଟ୍ରେନ ଟିକେଟ ,ଫ୍ଲାଇଟ ଟିକେଟ ବୁକିଂ ,ସମସ୍ତ ପ୍ରକାରର ଇନ୍ସୁରାନ୍ସ ,ଜୀବନ ପ୍ରମାଣ ପତ୍ର ,ଇଏମଆଇ ସଂଗ୍ରହ ,ଟାକ୍ସ ଫାଇଲିଂ ,ସମସ୍ତ ପ୍ରକାର ମୋବାଇଲ କିମ୍ବା ଡ଼ିଟିଏହ ,ପାନକାର୍ଡ,ପାସପୋର୍ଟ,ପ୍ରଧାନମନ୍ତ୍ରୀ ଶ୍ରମ ଯୋଗୀ ମାନଧନ ଯୋଜନା ,ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା , ଜାତୀୟ ପେନସନ ଯୋଜନା (ଏନପିଏସ) ଇତ୍ୟାଦି ଡାକ ବିଭାଗରେ ପାଇପାରିବେ ଏହି ବିଷୟରେ ବିସ୍ତୃତ ଆଲୋଚନା ହୋଇଥିଲା I ସୁନ୍ଦରଗଡ ଡାକ ମଣ୍ଡଳର ପାଖା ପାଖି ୮ ଜଣ ଆଇପିଓ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ସିଏସସିର ଉପଯୋଗୀତା ବାବଦରେ ସମ୍ପୂର୍ଣ ପ୍ରଶିକ୍ଷଣ ନେଇଥିଲେ I ସୁନ୍ଦରଗଡ ଡାକବିଭାଗ ତରଫରୁ ଶ୍ରୀଯୁକ୍ତ ଦାନିଶ ହାସନ (ଏସଏ) ମଧ୍ୟ ଏହି କାର୍ଯ୍ୟକ୍ରମରେ ପ୍ରଶିକ୍ଷଣ ଦେଇଥିଲେ ଏବଂ ସିଏସସିର ଉପକାରିତା ବିଷୟରେ ସମସ୍ତଙ୍କୁ ଅବଗତ କରାଇଥିଲେ I
ସୁନ୍ଦରଗଡ ମୁଖ୍ୟ ଡାକବିଭାଗରେ ସିଏସସି ତରଫରୁ ଜନସେବା କେନ୍ଦ୍ର ପ୍ରଶିକ୍ଷଣ ଶିବିର
|
September 5, 2021 |