ସୁନ୍ଦରଗଡ ଭୋଜପୁର ଠାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା; ୭ ଗୁରୁତର
ସୁନ୍ଦରଗଡ ଭୋଜପୁର ଠାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା; ୭ ଗୁରୁତର
Sandhan News |
January 30, 2021 |
ସୁନ୍ଦରଗଡ ୨୯/୧/୨୦୨୧(ସନ୍ଧାନ ନିଉଜ/ଶୁଭ୍ରାଂଶୁ)– ରାଉରକେଲା ସମ୍ବଲପୁର ବିଜୁ ଏକ୍ସପ୍ରେସ ରାସ୍ତା ସ୍ତିତ ସୁନ୍ଦରଗଡ ଭୋଜପୁର ଅଞ୍ଚଳରେ ଥିବା ବିଜେପି କାର୍ଯ୍ୟାଳୟ ତଥା ବନବାସୀ କଲ୍ୟାଣ ଆଶ୍ରମ ସମ୍ମୁଖରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ସତ ଜଣ ଯାତ୍ରୀ ଗମ୍ଭୀର ରୂପେ ଆହତ ହୋଇଛନ୍ତି l ସେମାନଙ୍କ ମଧ୍ୟରୁ ଜଣେ ମହିଳାଙ୍କର ଗୋଡ କାଟି ଯାଇ ଅବସ୍ଥା ଗୁରୁତ୍ୱପୂର୍ଣ ଥିବାରୁ ତାଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି , ସୂଚନା ଅନୁସାରେ ୬ ଜଣ ମହିଲା ତଥା ଗୋଟେ ଛୋଟ ଛୁଆକୁ ନେଇ ଜଣେ ଅଟୋ ଚାଳକ ଅଟୋ ରିକ୍ସାରେ(OD16E 8165 ) ସୁନ୍ଦରଗଡ ରୁ ଗାରିଆମାଳ ଅଭିମୁଖେ ଯାଉଥିଲେ l ଠିକ ଏହି ସମୟରେ ଅଟୋ ଚାଳକ ଭାରସାମ୍ୟ ହରାଇ ବନବାସୀ କଲ୍ୟାଣ ଆଶ୍ରମ ସମୁଖରେ ଥିବା ଗୋଟେ କ୍ରେନ (MH-43 1656 ) କୁ ପଛପଟୁ ଜୋରରେ ଧକ୍କା ଦେଇଥିଲା l ଦୁର୍ଘଟଣାଟି ଏତେ ଜୋରରେ ହୋଇଥିଲା ଯେ ଘଟଣା ସ୍ଥଳରେ ହିଁ ଅଟୋ ଟି ଚୁରମାର ହୋଇଯାଇଥିଲା l ମିଳିଥିବା ସୂଚନା ଅନୁସାରେ ଅଟୋ ଚାଳକ ପ୍ରଚୁର ମଦ୍ୟପାନ କରିଥିବା ହେତୁ ଅଟୋର ଭାରସାମ୍ୟ ହରାଇବସିଥିଲେ, l ସ୍ଥାନୀୟ ଲୋକେ ଯଥା ସମ୍ଭବ ଯାତ୍ରୀ ମାନଙ୍କୁ ଗାଡ଼ିରୁ ବାହାର କରିବାର ପ୍ରୟାସ ତଥା ସଙ୍ଗେ ସଙ୍ଗେ ଆମ୍ବୁଲାନ୍ସ କୁ ଡ଼କାଇଥିଲେ l ଆମ୍ବୁଲାନ୍ସ ଆସିବାରେ ବିଳମ୍ବ ହେବା ଦେଖି ସେଠାରେ ଉପସ୍ଥିତ ଥିବା ଶ୍ରୀଯୁକ୍ତ ସଂଜୀବ ପଟେଲ ଏବଂ ଶ୍ରୀଯୁକ୍ତ ନିହାର ରଞ୍ଜନ ନାୟକ ଏହି ଦୁଇ ଯୁବକ ନିଜର ସାହାସୀକତାର ତଥା ନିଜ ମାନବିକତାର ପରିଚୟ ଦେଖାଇ ଆଉ ବିଳମ୍ବ ନକରି ନିଜ ବୋଲେରୋ ସାହାଯ୍ୟରେ ଆହତ ଯାତ୍ରୀ ମାନଙ୍କୁ ନିକଟସ୍ଥ ସୁନ୍ଦରଗଡ ମୁଖ୍ୟ ଚିକିତ୍ସୟାଳୟକୁ ନେଇଯାଇଥିଲେ ତଥା ଆହତ ଯାତ୍ରୀଙ୍କୁ ଚିକିତ୍ସୟାଳୟରେ ଭର୍ତି କରାଇଥିଲେ ଏବଂ ଆହତ ଯାତ୍ରୀ ଙ୍କର ଘର ଲୋକଙ୍କୁ ଦୁର୍ଘଟଣା ବିଷୟ ଖବର ଜଣାଇଥିଲେ l ବୋଲେରୋ ର ସିଟ ଟି ସମ୍ପୂର୍ଣ୍ଣଭାବେ ରକ୍ତ ରେ ଜୁଡୁବୁଡୁ ହୋଇଯାଇଥିଲା l ଜଣେ ସାଧାରଣ ବ୍ୟକ୍ତି ଯୋଉଠି ଏମିତି ଦୁର୍ଘଟଣା ତଥା ଜଣେ ମହିଳାଙ୍କର ଗୋଡୋ କଟିଥିବା ଦୃଶ୍ୟ ଦେଖି ନିଜର ଧର୍ଯ୍ୟ ହରାଇ ବସନ୍ତୀ ସେ ସ୍ଥାନରେ ଏହି ଦୁଇ ଯୁବକ ଯୋଉ ସାହାସିକତା ତଥା ମାନବିକତାର ପରିଚୟ ଦେଖାଇଛନ୍ତି ତାର ପ୍ରସଂଶା କଲେ ବି କମ ହେବ l
Related Posts
About The Author