ସୁନ୍ଦରଗଡ ଜିଲ୍ଲାରେ ୧୬୩ ଧାରା ଉଠିବା ସହିତ ଇଣ୍ଟରନେଟ ସେବା ସ୍ଵାଭାବିକ ହେବା ସୂଚନା

Spread the love

ସୁନ୍ଦରଗଡ ତା:୧୭/୧/୨୦୨୬( ସନ୍ଧାନ ନ୍ୟୁଜ) ସୁନ୍ଦରଗଡ ଜିଲ୍ଲା ପ୍ରଶାସନ ପକ୍ଷରୁ ୧୬୩ ଧାରାକୁ ଉଚ୍ଛେଦ କରିବାର ସୂଚନା ଦିଆଯାଇଛି ।ବିଗତ ଦିନରେ ହୋଇଥିବା ଦୁଇ ଗୋଷ୍ଠୀ ମଧ୍ୟରେ କନ୍ଦଲ କୁ ନେଇ ଜିଲ୍ଲା ପ୍ରଶାସନ ଦ୍ଵାରା ଏକ ବୈଠକ ଅନୁଷ୍ଠିତ କରାଯାଇଥିଲା । ଏହି ବୈଠକ ରେ ଅଞ୍ଚଳରେ ଶାନ୍ତି ଶୃଙ୍ଖଳା ପାଇଁ ପେଟ୍ରିଲିଂ କୁ କଡାକଡି କରାଯିବାକୁ ମତ ରଖାଯାଇଥିଲା ।ନେଟୱର୍କ ସେବା କୁ ପ୍ରତ୍ୟାହାର କରାଯାଇଥିବା ସୂଚନା ରହିଛି। ଆଗାମୀ ଦିନରେ କିପରି ଅପ୍ରୀତିକର ପରିବେଶ ସୃଷ୍ଟି ନ ହୁଏ ସେଥିପାଇଁ ଜିଲ୍ଲା ପୌରାଧକ୍ଷା ତନୟା ମିଶ୍ର ଜନସାଧାରଣଙ୍କୁ ଅନୁରୋଧ କରିଥିବା ଜଣାପଡିଛି ।ତା ସହିତ ସୁନ୍ଦରଗଡ ଟାଉନ ରେ ଲାଗିରହିଥିବା ପୋଲିସ ପ୍ଲାଟୁନ କୁ ଆଗାମୀ ଦିନରେ ପ୍ରତ୍ୟାହାର କରିବା ପାଇଁ ଜିଲ୍ଲା ପ୍ରଶାସନ ପଦକ୍ଷେପ ନେବେ ବୋଲି ପଶ୍ଚିମାଞ୍ଚଳ ଡିଜିପି ସୂଚନା ଦେଇଥିବା ସୂଚନା ରହିଛି ।

Related Posts

About The Author

Add Comment