ସୁନ୍ଦରଗଡ ଜିଲ୍ଲାପାଳ ଅଫିସ୍ ସମ୍ମୁଖରେ ଆଶାକର୍ମୀ ଙ୍କ ୪ମାସ ଦରମା ପାଇଁ ଶୋଭାଯାତ୍ରା, କାର୍ଯାନୁଷ୍ଠାନ ଦାବି

Spread the love

ସୁନ୍ଦରଗଡ ତା:୧୮/୧୧/୨୦୨୫(ସନ୍ଧାନ ନ୍ୟୁଜ)ରାଜ୍ୟ ସରକାର ବିଗତ ଅନେକ ସମୟ ଧରି ଆଶା କର୍ମୀଙ୍କୁ ଅବହେଳା କରୁଥିବା ଖବର ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ଆଜି ସୁନ୍ଦରଗଡ ଜିଲ୍ଲା କାର୍ଯ୍ୟାଳୟ ସମ୍ମୁଖରେ ଆଶାକର୍ମୀ ଙ୍କ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଦରମା ଦାବି କରୁଥିବା ଜଣାପଡିଛି । ଏହି ବିକ୍ଷୋଭ ପ୍ରଦର୍ଶନରେ ଜିଲ୍ଲା ଆଶାକର୍ମୀ ସେକ୍ରେଟାରୀ ନିରୁପମା ସାହୁ ଆଶାକର୍ମୀଙ୍କ ପ୍ରତି ହେଉଥିବା ଅନ୍ୟାୟ କୁ ପଂଖାନୁପୁଙ୍ଖ ଭାବରେ ଗଣମାଧ୍ୟମରେ ପ୍ରକାଶ କରିଥିବା ଜଣାପଡିଛି । ବିଗତ ଚାରି ମାସ ଧରି ଆଶାକର୍ମୀଙ୍କୁ ମିଳି ନି ନିଜ ଇନସେନଟିଭ ଟଙ୍କା ।ତାଙ୍କ ଦରମା ନ ଥିବା ହ ବେଳେ ଅନବରତ ସେବାରେ ୨୪ ଘଣ୍ଟା ମୁତୟନ ରହୁଥିବା ଜିଲ୍ଲା ସେକ୍ରେଟାରୀ ମହୋଦୟା ନିଜ ମତ ରଖିଛନ୍ତି । ସରକାର ଅଣଦେଖା କରୁଥିବା କାରଣରୁ ଜିଲ୍ଲା ଆଶାକର୍ମୀ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ କରିଥିବା ଦେଖିବାକୁ ମିଳିଛି ।ଗାଁ ଗାଁ କୁ ସ୍ବାସ୍ଥ୍ୟ ସେବା ଯୋଗାଉଥିବା ଆଶାକର୍ମୀ ଆଜି ରାଜ ରାସ୍ତାରେ । ଯଦି ବିଧାନସଭା ଅଧିବେଶନ ଆଗରୁ ଯଦି ଆସାକର୍ମୀଙ୍କ ପ୍ରାପ୍ୟ ନ ମିଳେ ତାହେଲେ ବିଧାନସଭା ଆଗରେ ଧାରଣା ଦେବେବୋଲି ସୂଚନା ରହିଥିବା ଜଣା ପଡ଼ିଛି ।

Related Posts

About The Author

Add Comment