ସୁନ୍ଦରଗଡ , ୦୯/୦୨/୨୦୨୧ (ସନ୍ଧାନନିଉଜ / ରୋଶନ ପଟେଲ)-ସୁନ୍ଦରଗଡ ଜିଲ୍ଲା ବାଲିଶଙ୍କରା ବ୍ଲକ ଅନ୍ତର୍ଗତ ତିଲଡେଗା ଗ୍ରାମପଞ୍ଚାୟତ ପାଖରେ ଥିବା ଏକ ବୁଲାଣି ରାସ୍ତାରେ ଦୁଇଟି ଦୁଇଚକିଆ ଯାନ ମଧ୍ୟରେ ଧକ୍କା ହେବାରୁ ଦୁଇଜଣ ଆହତ ହୋଇଛନ୍ତି ଏବଂ ସେ ମଧ୍ୟରୁ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି I ସୂଚନା ଅନୁସାରେ ଆଜି ମଧ୍ୟାନ୍ନ ରେ କୁସମମୁରା ଗ୍ରାମର ଭଗବାନ ପ୍ରଧାନଙ୍କ ଦୁଇ ଝିଅ ସୁରେଖା ପ୍ରଧାନ ଓ ତପସ୍ୱିନୀ ପ୍ରଧାନ ଏକ ସ୍କୁଟି (OD 16 G 4590 ) ଯୋଗେ ବାଲିଶଙ୍କରା କୁ ଯାଇ ଥିଲେ ସେଠାରେ ତାଙ୍କର କାମ ନ ହେବାରୁ ସେମାନେ କ୍ୱିଞ୍ଜିରକେଲା ଯାଇଥିଲେ I ସେଠାରୁ ଫେରୁଥିବା ସମୟରେ ତିଲଡେଗା ପଞ୍ଚାୟତ ସାମ୍ନା ବୁଲାଣି ଠାରେ ବିପରୀତ ଦିଗରୁ ବନୁଜୋର ଆଡକୁ ବାଇକ ( CG 14 MN 1024) ଯୋଗେ ଯାଉଥିବା ଶ୍ରୀଯୁକ୍ତ ମିଂଜ଼ ତାଙ୍କୁ ଜୋରରେ ଧକ୍କା ଦେଇ ଥିଲେ , ଫଳରେ ଗାଡ଼ିରୁ ରୁ ଛିଟିକି ପଡ଼ି ସମସ୍ତେ ଆହତ ହୋଇଥିଲେ I ଏହି ଦୁର୍ଘଟଣା ରେ ସୁରେଖା ପ୍ରଧାନଙ୍କର ଗୋଡ ଭାଙ୍ଗି ଯାଇଥିଲା I ଘଟଣା ସ୍ଥଳରେ କ୍ୱିଞ୍ଜିରକେଲା ପୋଲିସ ପହଞ୍ଚି ଆହତଙ୍କୁ ଉଦ୍ଧାର କରି କ୍ୱିଞ୍ଜିରକେଲା ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ , ଆହତ ମାନଙ୍କର ଅବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ ସୁନ୍ଦରଗଡ ସରକାରୀ ଡାକ୍ତରଖାନା କୁ ସ୍ଥାନାନ୍ତର କରIଯାଇ ଥିଲା I ପୋଲିସ ଦୁଇ ବାଇକ କୁ ଜବତ କରି ଘଟଣା ର ତଦନ୍ତ ଆରମ୍ଭ କରି ଥିଲେ I
ସୁନ୍ଦରଗଡ ଜିଲାର ଟିଲଡ଼େଗା ଠାରେ ବାଇକ ଦୁର୍ଘଟଣାରେ ଜଣେ ଗୁରୁତ୍ୱର
|
February 10, 2021 |
