ସୁନ୍ଦରଗଡ଼ ସହରର ବିଭିନ୍ନ ସ୍ଥାନରେ ରାବଣ ପୋଡି ଉତ୍ସବ ଆନନ୍ଦ ଉତ୍ସାୟ ସହ ପାଳିତ

Spread the love

ସୁନ୍ଦରଗଡ ତା:୨/୧୦/୨୦୨୫ (ସନ୍ଧାନ ନ୍ୟୁଜ) ଶୁଭ୍ରାଂଶୁ ପଣ୍ଡା :- ସୁନ୍ଦରଗଡ଼ ସହରର ବିଭିନ୍ନ ସ୍ଥାନରେ ରାବଣ ପୋଡି ଉତ୍ସବ ଦେଖିବାକୁ ମିଳିଛି I ଆଜି ରାବଣ ପୋଡି ଉତ୍ସବ ଯୋଗୁ ସୁନ୍ଦରଗଡ ସହର ସାରା ପୁରା ଜନସମୁଦ୍ର ଦେଖିବାକୁ ମିଳିଥିଲା I ପ୍ରବଳ ବର୍ଷା ସତ୍ତ୍ୱେ ଲୋକମାନଙ୍କର ଭିଡ କମିନଥିଲା I ଲୋକମାନେ ରାବଣ ପୋଡି ଉତ୍ସବ ଅତି ଆନନ୍ଦ ଉଲ୍ଲାସ ସହ ଉପଭୋଗ କରିଥିଲେ I ଅସତ୍ୟ ଉପରେ ସତ୍ୟର ବିଜୟ ଅନ୍ୟାୟ ଉପରେ ନ୍ୟାୟର ବିଜୟର ଏହି ଉତ୍ସବକୁ ଲୋକମାନେ ଅତି ଆନନ୍ଦ ଉତ୍ସାୟ ସହ ଉପଭୋଗ କରିଥିଲେ I ସୁନ୍ଦରଗଡ ରଙ୍ଗାଢ଼ୀପା ଠାରୁ ଗଭରମେଣ୍ଟ କଲେଜ ପର୍ଯ୍ୟନ୍ତ ରାସ୍ତା ପୁରା ଯାମ ହୋଇଯାଇଥିଲା . I ପୂର୍ବ ଵର୍ଷ ଅପେକ୍ଷା ବର୍ଷା ଯୋଗୁ ଉତ୍ସବ କିଛି ଫିକା ପଡିଥିଲା ତେବେ ଜନ ସମୂହଙ୍କ ଉତ୍ସାହ ଦେଖି ବିଜୟ ଦଶମୀରେ ରାବଣ ପୋଡିର ଉତ୍ସବ ସଫଳତାର ସହ ପାଳିତ ହୋଇଥିବା ଦେଖିବାକୁ ମିଳିଛି I

Related Posts

About The Author

Add Comment