ସୁନ୍ଦରଗଡ଼ ଜିଲ୍ଲାପାଳ ଙ୍କ ରାଉରକେଲାରେ କୋଭିଡ ସ୍ଥିତିର ସମୀକ୍ଷା –

Spread the love
ରାଉରକେଲା, ୨୫/୦୮/୨୦ (ସନ୍ଧାନ ନିଉଜ) : ଆଜି ସୁନ୍ଦରଗଡ଼ ଜିଲ୍ଲାପାଳ ଶ୍ରୀଯୁକ୍ତ ନିଖିଲ ପବନ କଲ୍ୟାଣ ରାଉରକେଲା ରେ କୋଭିଡ ସ୍ଥିତି ର ଏକ ସମୀକ୍ଷା କରିଛନ୍ତି l ସମୀକ୍ଷା ବୈଠକରେ ମାନ୍ୟବର ରାଉରକେଲା ବିଧାୟକ ତଥା ଜିଲ୍ଲା ଯୋଜନା କମିଟୀ ଅଧ୍ୟକ୍ଷ ଶ୍ରୀଯୁକ୍ତ ସାରଦା ପ୍ରସାଦ ନାୟକ, ରାଉରକେଲା ଏସ ପି. ଶ୍ରୀ କେ ଶିବା ସୁବ୍ରମଣି, ଅତିରିକ୍ତ ଜିଲ୍ଲା ପାଳ ଶ୍ରୀମତୀ ଅବୋଲି ସୁନୀଲ ନରୱଣେ, ମହାନଗର ନିଗମ ଆୟୁକ୍ତ ଶ୍ରୀ ଦିବ୍ୟ ଜ୍ୟୋତି ପରିଡା, ଉପଜିଲ୍ଲାପାଳ,  ପାନପୋଷ ଶ୍ରୀ ବିଶ୍ୱଜିତ ମହାପାତ୍ର, ତହସିଲଦାର ଶ୍ରୀ ମାନସ ରଞ୍ଜନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ l ଏହି ବୈଠକରେ ମୁଖ୍ୟତଃ କରୋନା ସଂକ୍ରମଣ କୁ ପ୍ରତିହତ କରିବା ଦିଗରେ ଜିଲ୍ଲାପ୍ରଶାସନ ଓ ମହାନଗର ନିଗମ ତରଫରୁ ନିଆଯାଉଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା l ଏକ୍ଟିଭ ସର୍ବିଲାନ୍ସ,କଣ୍ଟ୍ରାକଟ ଟ୍ରେସିଙ୍ଗ ଓ ନିୟମିତ ପରିଚାଳନା ଏବଂ କୋଭିଡ ପରୀକ୍ଷା ବୃଦ୍ଧି ଆଦି ବିଷୟରେ ଆଲୋଚନା ହୋଇଥିଲା l ନିୟମିତ, ପ୍ରଭାବୀ, ତ୍ୱରିତ ପଦକ୍ଷେପ ଯୋଗୁଁ ଟେଷ୍ଟିଙ୍ଗ ତୁଳନାରେ ପଜିଟିଭ ହାର ହ୍ରାସ ପାଉଥିବା ଜଣାପଡିଛି l ଏଣୁ ଏହି ପଦକ୍ଷେପ ସବୁକୁ ନିୟମିତ ଚାଲୁ ରଖିବା ଲାଗି ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି l ବିଶେଷ କରି ଯେଉଁ ସବୁ ଅଂଚଳରେ ପୂର୍ବରୁ ଅଧିକ ପଜିଟିଭ ରୋଗୀ ଚି଼ହ୍ନଟ ହେଉଥିଲେ ସେସବୁ ଅଂଚଳରେ ବର୍ତମାନ ପଜିଟିଭ ହାର କମୁଥିବାର ଜଣାପଡିଛି l ଏହି ପରିପ୍ରେକ୍ଷୀରେ ଆଜି ମାଲଗୋଦାମ ଏରିଆ, ରେଳୱେ କଲୋନୀ, ଏମ. ଏସ କଲୋନୀ ଅଂଚଳରେ ପରୀକ୍ଷା ରୁ ଜଣାପଡିଛି l
ଏହି କୋଭିଡ ପରିସ୍ଥିତି ରେ ବରିଷ୍ଠ ନାଗରିକ ମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପ୍ରତି ଜିଲ୍ଲା ପ୍ରଶାସନ ବିଶେଷ ଗୁରୁତ୍ୱ ଦେଉଛି l ନିକଟରେ ବରିଷ୍ଠ ନାଗରିକ କୋଭିଡ ପରୀକ୍ଷା ନିମନ୍ତେ ସଂଜୀବନୀ ରଥ ର ଆରମ୍ଭ କରାଯାଇଥିବାବେଳେ ଆସନ୍ତା କାଲି ଠାରୁ ଏକ ଉସର୍ଗିକୃତ ହେଲ୍ପ ଲାଇନ ନମ୍ବର 7655002259 ଜାରି କରାଯିବ l ଏହି ହେଲ୍ପ ଲାଇନ ନମ୍ବର ମାଧ୍ୟମରେ ବରିଷ୍ଠ ନାଗରିକ ମାନେ କରୋନା ସମ୍ପର୍କିତ ଅସୁସ୍ଥତା ବିଷୟରେ ସକାଳ 9 ଘଣ୍ଟା ଠାରୁ ସନ୍ଧ୍ୟା 6 ଘଣ୍ଟା  ପର୍ଯ୍ୟନ୍ତ ପରାମର୍ଶ କରିପାରିବେ l ପରବର୍ତୀ ସମୟରେ ଏହା ପ୍ରତ୍ୟହ 24 ଘଣ୍ଟା କାର୍ଯ୍ୟ କରିବ l

Related Posts

About The Author

Add Comment