ନୟାଗଡ଼, ୧୫/୦୧/୨୦୨୦ (ସନ୍ଧାନ ନିଉଜ/ଶିବପ୍ରସାଦ ସାହୁ) : ନୟାଗଡ଼ ଜିଲ୍ଲାର ପ୍ରମୂଖ ମହାବିଦ୍ୟାଳୟ ନୟାଗଡ଼ ସ୍ୱୟଂ ଶାସିତ ମହାବିଦ୍ୟାଳୟର ୫୯ ତମ ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତି କରଣ, ମତ୍ସ ଓ ପ୍ରାଣୀ ସଂପଦ ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଯୋଗ ଦେଇ ତାଙ୍କ ଅଭିଭାଷଣରେ ପ୍ରଥମେ ବେଟି ବଟାଅ, ବେଟି ପଢ଼ାଅ ଉପରେ ବକ୍ତବ୍ୟ ରଖିଥିଲେ । ଏଥି ସହିତ ଯାହା ପ୍ରକୃତି ଦେଇଛି ତାକୁ ସାଇତି ରଖିବାର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ । ମହାବିଦ୍ୟାୟ ହେଉଛି ମଣିଷ ତିଆରି କାରଖାନା ଏହି ବୟସରେ ଛାତ୍ରଛାତ୍ରୀମାନଙ୍କର ସଠିକ ଯôତ ନିଆ ଯାଏ ତେବେ ଭବିଷ୍ୟତ ଉଜ୍ଜ୍ୱଳ ମୟ ହେବ ବୋଲି କହିଥିଲେ । ଏକ ସୁଖୀ ଜୀବନ ପାଇଁ ଶିକ୍ଷାର ଆବଶ୍ୟକତା ରହିଥିବା ମୁଖ୍ୟ ଅତିଥି ଡ. ସାହୁ କହିଥିଲେ । ଅନେକ ପରିବାରରେ ଶିକ୍ଷାକୁ ନେଇ ଅନେକ ମତଭେଦ ଦେଖା ଦେଉଛି ବୋଲି ମନ୍ତ୍ରୀ କହିଥିଲେ । ମହାବିଦ୍ୟାଳୟର ମୁଖ୍ୟ ଛାତ୍ର ସଂଗଠକ ମନୋରଂଜନ ଗୈାଡ଼ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମହାବିଦ୍ୟାଳୟର ଅଧ୍ୟକ୍ଷା ମେଜର ମଂଜୁଶ୍ରୀ ପତି ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ରାଧ୍ୟାପିକା ସୁଲତା ମିଶ୍ର, ଛାତ୍ର ସଂଗଠନର ଉପଦେଷ୍ଟା ପ୍ରାଧ୍ୟାପକ ଶେଖ୍ ଇସାକ୍ ପ୍ରମୂଖ ଯୋଗ ଦେଇଥିଲେ ।
ସୁଖୀ ଜୀବନ ପାଇଁ ଶିକ୍ଷା ଦରକାର : ଅରୁଣ; ସ୍ୱୟଂ ଶାସିତ ମହାବିଦ୍ୟାଳୟର ୫୯ତମ ବାର୍ଷିକ ଉତ୍ସବ
|
January 15, 2020 |
