ଭୁବନେଶ୍ୱର, ୧୦/୦୧/୨୦ (ସନ୍ଧାନ ନିଉଜ) : ଚଳିତମାସ ୨୭ରୁ ଯୁକ୍ତ୨ ପ୍ରାକ୍ଟିକାଲ ଓ ମାର୍ଚ୍ଚ ୩ରୁ ଥିଓରି ପରୀକ୍ଷା ଆରମ୍ଭ ହେବ। ଏହା ପୂର୍ବରୁ ପରୀକ୍ଷାକେନ୍ଦ୍ର ଗୁଡ଼ିକର ଭିତ୍ତିଭୂମି ସଜାଡ଼ିବା ଉପରେ ଗୁରୁତ୍ଵ ଦେଇଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ। ଚଳିତବର୍ଷ ସମସ୍ତ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲଗାଇବା ବାଧ୍ୟତାମୂଳକ ହୋଇଥିବା ଏହି କାର୍ଯ୍ୟ ୧୦ ତାରିଖ ବା ଶୁକ୍ରବାର ସୁଦ୍ଧା ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ସମସ୍ତ କଲେଜକୁ ଚିଠି ମାଧ୍ୟମରେ ଅବଗତ କରାଯାଇଛି। ଆଉ ଚେତାବନୀ ଦିଆଯାଇଛି ସିସିଟିଭି ନଲଗାଲେ ପରୀକ୍ଷାକେନ୍ଦ୍ର ବନ୍ଦ ହେବ।
ସିସିଟିଭି ନ ଲଗାଇଲେ ବନ୍ଦହେବ ପରୀକ୍ଷାକେନ୍ଦ୍ର
|
January 10, 2020 |