ସିଲ୍ ହେବ ଓଡ଼ିଶା-ପଶ୍ଚିମବଙ୍ଗ ସୀମା

Spread the love
ଭୁବନେଶ୍ଵର, ୨୩/୦୪ (ସନ୍ଧାନ ନିଉଜ)  : ପଶ୍ଚିମବଙ୍ଗ ଫେରନ୍ତାଙ୍କ ରାଜ୍ୟ ସରକାରଙ୍କ ଚିନ୍ତା ବଢିଛି। ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଉ ଥିବାରୁ ଏହାକୁ ରୋକିବା ପାଇଁ ଆଜି ଓଡ଼ିଶା-ପଶ୍ଚିମବଙ୍ଗ ସୀମାକୁ ସଂପୂର୍ଣ୍ଣ ସିଲ୍ କରାଯିବ ବୋଲି ଘୋଷଣା କରିଛନ୍ତି ମୁଖ୍ୟଶାସନ ସଚିବ ଅସିତ କୁମାର ତ୍ରିପାଠୀ। ଗୁରୁବାର ରାଜ୍ୟବାସୀଙ୍କୁ ସୂଚନା ଦେଇ ସେ କହିଛନ୍ତି ପଶ୍ଚିମବଙ୍ଗ ଫେରନ୍ତାଙ୍କ ଯୋଗୁଁ ମାତ୍ର ୫ ଦିନ ମଧ୍ୟରେ ବାଲେଶ୍ଵର, ଭଦ୍ରକ ଓ ଯାଜପୁରରେ ୨୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ତିନ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୩ରେ ପହଞ୍ଚିଛି। ଏହାକୁ ରୋକିବା ଲାଗି ବାଲେଶ୍ଵର ଓ ମୟୁରଭଞ୍ଜ ଜିଲ୍ଲାରେ ଯେଉଁସବୁ ସ୍ଥାନରେ ପଶ୍ଚିମବଙ୍ଗ ସହ ରାସ୍ତା ଯୋଗାଯୋଗ ରହିଛି ସେସବୁ ରାସ୍ତାକୁ ସଂପୂର୍ଣ୍ଣ ସିଲ୍ କରାଯିବ। ଏଥିଲାଗି ୨୭ ପ୍ଲାଟୁନ୍ ପୁଲିସ୍ ଫୋର୍ସ ମୁତୟନ ହୋଇଛନ୍ତି।

Related Posts

About The Author

Add Comment