କଟକ,୨୪/୦୬(ସନ୍ଧାନ ନିଉଜ) : ଭାରତୀୟ କୃଷି ଗବେଷଣା ପରିଷଦ (ଆଇସିଏଆର) ଦ୍ବାରା ପରିଚାଳିତ ଭୁବନେଶ୍ବର କୌଶଲ୍ୟାଗଙ୍ଗା ସ୍ଥିତ କେନ୍ଦ୍ରୀୟ ମଧୁରଜଳ ଜୀବ ପାଳନ ଅନୁସନ୍ଧାନ ସଂସ୍ଥା (ସିଫା)ର ପରିଚାଳନା ମଣ୍ଡଳୀ ସଦସ୍ୟ ଭାବେ ବୟାଳିଶମୌଜାର ଯୁବ ସମାଜସେବୀ ତଥା କୃଷକ ନେତା ଦେବୀ ପ୍ରସାଦ ପତି ମନୋନୀତ ହୋଇଛନ୍ତି । ସେ ତିନି ବର୍ଷ ପାଇଁ କାର୍ଯ୍ୟ କରିବେ ବୋଲି ଆଇସିଏଆର ପକ୍ଷରୁ ପତ୍ରାଙ୍କ ୪୧୯/୨୩।୬।୨୦୨୩ ରେ ବିଜ୍ଞପ୍ତି ପ୍ରକାଶ ପାଇଛି । ଆଗକୁ ମଧୁର ଜଳ ମାଛ ଚାଷ ଉପରେ ଅଧିକ ଗବେଷଣା,ମାଛ ଚାଷୀମାନଙ୍କୁ ସୁବିଧା ସୁଯୋଗ ପ୍ରଦାନ ଏବଂ ଯୁବ ପୀଢ଼ିଙ୍କୁ ନୂତନ ଜ୍ଞାନକୌଶଳ ମାଧ୍ୟମରେ କୃଷି ତାଲିମ ଦେବା ତାଙ୍କ ରୋଜଗାରକୁ ନିଶ୍ଚିତ କରିବା ସହ ଓଡ଼ିଶାର ମାଛ ଚାଷୀ ଉପକୃତ ହେବାକୁ ଧ୍ୟାନ ଦେବେ ବୋଲି ସେ ମତବ୍ୟକ୍ତ କରିଛନ୍ତି । ସୂଚନାଯୋଗ୍ୟ ଦେବୀ ପ୍ରସାଦ ଜଣେ ଆଗଧାଡ଼ିର ସମାଜସେବୀ,ରକ୍ତଦାତା, ପରିବେଶବିତ,ଭାରତୀୟ କିଶାନ ସଂଘ କଟକ ଜିଲ୍ଲା ସଂଯୋଜକ ଭାବେ କୃତିତ୍ବ ନେଇ ସରସ୍ବତୀ କଳା ପରିଷଦ କନ୍ଦରପୁର,ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ୪୨ ମୌଜା,ବିଷ୍ଣୁପ୍ରିୟା ଚାରିଟେବୁଲ ଟ୍ରଷ୍ଟ ଓଡ଼ିଶା (ବିସିଟି),ଉତ୍କଳ ବିକାଶ ପରିଷଦ କଟକ ସଦର ଆଦି ବହୁ ସଂଗଠନ ପକ୍ଷରୁ ସମ୍ବର୍ଦ୍ଧିତ ।
ସିଫାର ପରିଚାଳନା କମିଟି ସଦସ୍ୟ ଭାବେ ଦେବୀ ପ୍ରସାଦ ପତି ମନୋନୀତ ନିଯୁକ୍ତ
|
June 25, 2023 |