ତିହିଡି,୦୭/୧୨ (ସନ୍ଧାନ ନିୟୁଜ) : ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ସିନ୍ଦୋଳ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ଜନ ଶୁଣାଣି ଓ ସମାଧାନ ଶିବିର ଶୁ୍କ୍ରବାର ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଡିଓ ଦିବ୍ୟଜ୍ୟୋତି ସ୍ମୃତିରଞ୍ଜନ ଦେଓ, ବ୍ଲକ ଅଧ୍ୟକ୍ଷା ସୁଶ୍ରୀ ବିଦ୍ୟୁତଲତା ନାୟକ, ସରପଞ୍ଚ ବୈକୁଣ୍ଠନାଥ ପାଣି, ସମିତି ସଭ୍ୟା ଗୌରୀଲତା ବାରିକ, ନାଏବ ସରପଞ୍ଚ ରାଜଶ୍ରୀ ଦାସ, ସହକାରୀ ଯନ୍ତ୍ରୀ ରଶ୍ମିରଞ୍ଜନ ମହାପାତ୍ର, କନିଷ୍ଠ ଯନ୍ତ୍ରୀ ତନୁଜା ମିଶ୍ର, ମାନସୀ ମହାପାତ୍ର, ଯୋଗାଣ ନିରୀକ୍ଷିକା ହରିପ୍ରିୟା ସାହୁ, କାର୍ଯ୍ୟ ନିର୍ବାହୀ ଅଧିକାରୀ ରିନୁଲତା ମଳିକ, ଗ୍ରାମ୍ୟ କୃଷି କର୍ମ·ରୀ ସ୍ନେହଲତା ବାରିକ, ଜିଆରଏସ ଶୁଭଶ୍ରୀ ରାଉଳ ଓ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ବନମାଳି ତ୍ରିପାଠୀ ପ୍ରମୁଖ ଯୋଗଦେଇ ହିତାଧିକାରୀଙ୍କ ଅଭିଯୋଗ ଶୁଣିବା ସହିତ ସମାଧାନ ମଧ୍ୟ କରିଥିଲେ । ଅନିରୁଦ୍ଧ ବାରିକ, ମାନସ ବାରିକ, ମାନସ ସେନାପତି, ପ୍ରଦିପ ଦାସ, ଚନ୍ଦ୍ରଶେଖର ପାଣି, ମନୋଜ ସାହୁ, ସୁମନ୍ତ ବାରିକ, ଶଯରୀଧର ବାରିକ, ସେକ୍ କାଲାମ, ରାରଅଲ୍ଲୀ ଖାଁ ଓ ସନାତନ ପରିଡା ପ୍ରମୁଖ ପରି·ଳନାରେ ସହଯୋଗ କରିଥିଲେ । ପଞ୍ଚାୟତ ସ୍ତରରେ ଏପରି କାର୍ଯ୍ୟକ୍ରମରେ ଗରିବ, ଅସହାୟ ଓ ନ୍ୟାୟ ପାଇବା ଲାଗି ଆବେଦନ କରିଥିବା ହିତାଧିକାରୀମାନଙ୍କ ସମସ୍ୟାର ସମାଧାନ ହୋଇପାରୁନଥିବା ଜଣାଯାଇଛି ।
Report- R Nayak