ସିଜ ହେଲା ବୈଜୟନ୍ତ ପଣ୍ଡାଙ୍କ ଉଡାଜାହାଜ

Spread the love

(ବିଶ୍ଵଜିତ/ସନ୍ଧାନ ନ୍ୟୁଜ) ୧୮/୯:

ଗତ ଶନିବାର ମଧ୍ୟାହ୍ନରେ ଚିଲିକାର ନଙ୍ଗାନାଶୀ ମୁହାଣରେ ଏକ ହେଲିକପ୍ଟର ଅବତରଣ କରିବା ସହ ପ୍ରାୟ ୧୫ ମିନିଟ୍‌ ରହି ଚାଲିଯାଇଥିବାର ଘଟଣାକୁ ନେଇ ସମଗ୍ର ରାଜ୍ୟରେ ସୃଷ୍ଟି ହୋଇଥିଲା ହଟଚମଚ। ଏହାକୁ ନେଇ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ମେରାଇନ ଥାନାରେ ଏକ ମାମଲା ରୁଜୁ କରିଥିଲେ। ଚିଲିକା ଉପରେ ହେଲିକପ୍ଟର ଚକ୍କର କାଟିବା ସହ ମୁହାଣରେ ଅବତରଣ କରିବା ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା। ଏହି ଘଟଣାକୁ ଚିଲିକାରେ ଥିବା ମତ୍ସ୍ରଜୀବୀ ଓ ସ୍ଥାନୀୟ ଅଞ୍ଚଳର ବାସିନ୍ଦା ଦେଖିଥିବା ବେଳେ ତଟ ସୁରକ୍ଷା ଦାୟିତ୍ୱରେ ରହିଥିବା ସାମୁଦ୍ରିକ ଥାନା କିମ୍ବା ସ୍ଥାନୀୟ ପୁଲିସ ଏହାର ତଥ୍ୟ ପାଇପାରିଲେ ନାହିଁ। ଏପରିକି ଚିଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କୁ ମଧ୍ୟ ଜାଣିପାରିଲେ ନାହିଁ। ଯାହାକୁ ନେଇ ବିବାଦ ଦେଖାଦେଇଥିଲା।

ଏହି ଘଟଣାର ତନାଘନା ପରେ ଶନିବାର ଦିନ ଚିଲିକା ଉପରେ ଉଡୁଥିବା ହେଲିକପ୍ଟରକୁ ଠାବ କରାଯାଇ ସିଜ୍‌ କରାଯାଇଛି। ତେବେ ଘଟଣାଟି ସ୍ପଷ୍ଟ ହେଇଛି ଯେ ହେଲିକପ୍ଟରଟି କେନ୍ଦ୍ରାପଡାର ପୂର୍ବତନ ସାଂସଦ ଶ୍ରୀଯୁକ୍ତ ବୈଜୟନ୍ତୀ ପଣ୍ଡାଙ୍କର। ପୁରୀ ଏସ୍‌ପି ସାର୍ଥକ ଷଡଙ୍ଗୀ ସୂଚନା ଦେଇଛନ୍ତି ଯେ ଶନିବାର ଦିନ ଚିଲିକାରେ ଅବତରଣ କରିବା ସମୟରେ ଏଥିରେ ବୈଜୟନ୍ତୀ ପଣ୍ଡାଙ୍କ ସହ ଆଉ ୨ ଜଣ ସମ୍ପୃକ୍ତ ଥିଲେ। ଏହାପରେ ଚିଲିକା ଉନ୍ନୟନ ପକ୍ଷରୁ ଘଟଣାର ଯାଞ୍ଚ କରାଯିବା ସହ ସ୍ଥାନୀୟ ମେରାଇନ ଥାନାରେ ଏକ ମାମଲା ରୁଜୁ କରିଥିଲା। ଏହି ମାମଲା ଆଧାରରେ ପୁଲିସ ଘଟଣାର ତଦନ୍ତ କରି ହେଲିକପ୍ଟରକୁ ସିଜ୍‌ କରିବା ସହ ଘଟଣାର ତଦନ୍ତ ଜାରି ରଖିଛି।

Related Posts

About The Author

Add Comment