ଯାଜପୁର ସଦର ୧୦ /୧୨ /୨୫ (ସନ୍ଧନ ନ୍ୟୁଜ ) : ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଅନ୍ତର୍ଗତ ବନ୍ଧଡିହ ପଂଚାୟତର ଭଗବତୀପୁର ଦୁର୍ଗା ମଣ୍ଡପରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏବଂ କେନ୍ଦ୍ର ସରକାରଙ୍କ ପକ୍ଷରୁ ମିଳୁଥିବା ଚାଷୀ ମାନଙ୍କୁ ଆର୍ଥିକ ସହାୟତା ସମ୍ପର୍କରେ କୃଷି ନିରିକ୍ଷକ ତ୍ରୟୋଲୋକ୍ୟନାଥ ବାରିକ, କୃଷଦ ସାଥି ଶ୍ରୀମତୀ ମିଶ୍ରଙ୍କ ତତ୍ୱାବଧାନରେ ସିଏମ କିଷାନ କିଶାନ ହିତାଧିକାରୀ ମାନଙ୍କୁ ଚିହ୍ନଟ କରାଯିବାପାଇଁ ସିଏମ କିଷାନ ହିତାଧିକାରୀ ଏହି ପଂଚାୟତରେ ୧୨୫ ଜଣ ରହିଥିବା ବେଳେ, କେନ୍ଦ୍ର ସରକାରଙ୍କ ପକ୍ଷରୁ ପାଉଥିବା ଚାଷୀ ମାନଙ୍କୁ ପିଏମ କିଷାନ ହିତାଧି କାରି ମାନଙ୍କୁ ଏହି ପଂଚାୟତର ୨୬୯ ଜଣ ହିତାଧିକାରୀ ଚିହ୍ନଟ କରାଯାଇଥିଲା । ସେମାନଙ୍କ ଜମିପଟା ଆଧାର କାର୍ଡ ଏବଂ ମୋବାଇଲ ନଂ ଗୁଡ଼ିକ ସମସ୍ଥ କାଗଜପତ୍ର କୃଷି ନିରିକ୍ଷକ ଶ୍ରୀ ବାରିକ ଏବଂ କୃଷକ ସାଥି ଶ୍ରୀମତୀ ମିଶ୍ର ଯାଞ୍ଚ କରି ଜନ ସେବା ସହିତ କୃଷକ ପୋଟାଲରେ ସଂଯୋଗ କରାଯିବା ପାଇଁ କୃଷି ନିରିକ୍ଷକ ପରାମର୍ଶ ଦେଇଥିଲେ । ଯେଉଁ ମାନଙ୍କ ନାମରେ ଜମି ପଟା ବାପାଙ୍କ ନାମରେ ଥିବ ସେମାନେ ଆବେଦନ କରିପାରିବେ ରେସନ କାର୍ଡରେ ନାମ ପଞ୍ଜିକରଣ କରିବା ସହିତ ସେମାନଙ୍କର ଦସ୍ତାବିଜ କାଗଜ ଜନସେବା କେନ୍ଦ୍ରରେ କରିପାରିବେ । ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ଦେଶ ନାମା ଜାରି କରାଯାଇଥିବା ଶ୍ରୀ ବାରିକ ଆମ ପ୍ରତିନିଧିଙ୍କୁ କହିଥିଲେ ।
ସିଏମ ଓ ପିଏମ କିଷାନରେ ଅଯୋଗ୍ୟ ହିତାଧିକାରୀ ଚିହ୍ନଟ ହେଲେ
|
December 10, 2025 |



