ରାଉରକେଲା, ମୁମ୍ବାଇ ୨୩/୦୪ (ସନ୍ଧାନ ନିଉଜ) : ଲହୁଣୀପଡା ସିଏଚସିରୁ ଏକ ଶିଶୁକନ୍ୟାକୁ ଉଦ୍ଧାର କରାଯାଇଛି । ଏ ସମ୍ପର୍କରେ ସିଏଚସି ଅଧିକ୍ଷକ ଡିସିପିଓ ସହିତ ଜିଲ୍ଲାପାଳ ତଥା ସିଡିଏମଓକୁ ସୂଚନା ଦେଇଛନ୍ତି । ଜଣେ ଅବିବାହିତା ମହିଳା ଫେବୃଆରୀ ମାସରେ ଶିଶୁକନ୍ୟାକୁ ଜନ୍ମ ଦେବା ପରେ ତାକୁ ଛାଡି ଚାଲି ଯାଇଥିଲେ । ଏହି ସମ୍ପର୍କରେ ଆଇନକୁ ପାଳନ ନକରି ଏକ ନର୍ସ ଛୁଆଟିକୁ ନିଜ ପାଖରେ ରଖିଥିଲା । ଅଭିଯୋଗ ଆସିବା ପରେ ସିଡିଏମଓ ନିର୍ଦ୍ଦେଶ ଦେବାରୁ ଆଜି ଶିଶୁକନ୍ୟାକୁ ଉଦ୍ଧାର କରି ହସ୍ପିଟାଲକୁ ଅଣାଯାଇଛି ।
ସିଏଚସିରୁ ଶିଶୁକନ୍ୟା ଉଦ୍ଧାର
|
April 23, 2020 |