ସିଏଏ ହିଂସା ; ଗୌହାଟିରେ ଫସିଛନ୍ତି ୬୫ ଏନସିସି ଛାତ୍ର

Spread the love

ଭୁବନେଶ୍ୱର, ୧୮/୧୨ (ସନ୍ଧାନ ନିଉଜ) : ସିଏଏ ହିଂସା ଯୋଗୁଁ ଗୌହାଟିରେ ବ୍ରହ୍ମପୁରର ୬୫ ଏନସିସି ଛାତ୍ର ଫସିଛନ୍ତି ବୋଲି ଜଣାପଡ଼ିଛି। ସିଲଂର ନର୍ଥ ଇଷ୍ଟର୍ଣ୍ଣ ରିଜନ ଟ୍ରାକିଂ କ୍ୟାମ୍ପକୁ ଏହି ୬୫ ଜଣ ଛାତ୍ର ଯାଉଥିଲେ। ବର୍ତ୍ତମାନ ଗୌହାଟିର ପ୍ରି-ଆରଡ଼ିସି କ୍ୟାମ୍ପରେ ସମସ୍ତ ଛାତ୍ର ଅଛନ୍ତି ବୋଲି ଜଣାପଡ଼ିଛି। ଆସାମରେ ହିଂସା ଲାଗି ରହିଥିବାରୁ ଛାତ୍ରମାନେ ଓଡ଼ିଶା ଫେରି ପାରୁ ନାହାନ୍ତି ବୋଲି ସୂଚନା ମିଳିଛି। ସିଲଂ କ୍ୟାମ୍ପରେ ଯୋଗଦେଇ ଗତକାଲି ବ୍ରହ୍ମପୁର ଫେରିବାର ଥିଲା। ସମସ୍ତ ଛାତ୍ରଙ୍କୁ ଫେରାଇ ଆଣିବାକୁ ବ୍ରହ୍ମପୁର ଏନସିସି ପକ୍ଷରୁ ପ୍ରୟାସ ଜାରି ରହିଥିବା ଜଣାପଡ଼ିଛି।

Related Posts

About The Author

Add Comment