ଢ଼େଙ୍କାନାଳ, ୦୮.୦୨.୨୦୨୧(ସନ୍ଧାନ ନିଉଜ୍):- ଢେଙ୍କାନାଳର ଅଗ୍ରଣୀ ସାହିତ୍ୟ ସାଂସଦ ସନ୍ଧ୍ୟାତାରା ସାହିତ୍ୟ ସଂସଦ ପକ୍ଷରୁ ୪୨ତମ ବାର୍ଷିକ ଉତ୍ସବ ଅବସରରେ ରାଜ୍ୟସ୍ତରୀୟ ଲେଖକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଢେଙ୍କାନାଳ ଟାଉନ ପରିସରରେ ଆୟୋଜିତ ଏହି ଉତ୍ସବର ମୁଖ୍ୟ ଅତିଥି ଭାବେ ରାଜ୍ୟର ବିଶିଷ୍ଟ ସାହିତ୍ୟିକ ଡ଼ଃ ଜୟନ୍ତ ମହାପାତ୍ର ଉପସ୍ଥିତ ରହି ଏହାକୁ ଉଦଘାଟନ କରିଥିଲେ। ଏହି ଅବସରରେ ସନ୍ଧ୍ୟାତାରା ସାହିତ୍ୟ ସଂସଦର ସଭାପତି ଡ଼ଃ ଭବାନୀ ଶଙ୍କର ମିଶ୍ର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ଉତ୍ସବରେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଆସିଥିବା ଲେଖକ ଓ ସାହିତ୍ୟିକମାନେ ଅଭିଭାଷଣ ପ୍ରଦାନ କରିଥିଲେ । ଏହି ଉତ୍ସବରେ ରାଜ୍ୟର ଖ୍ୟାତନାମା ସାହିତ୍ୟିକ ଡ଼ଃ କୁମର ବଳଭ ଦାଶ, ଡ଼ଃ ଜୟନ୍ତ ମହାପାତ୍ର ଓ ଡ଼ଃ ଭବାନୀ ଶଙ୍କର ମିଶ୍ରଙ୍କୁ ସନ୍ଧ୍ୟାତାରା ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା।
ସାହିତ୍ୟ ସଂସଦ ପକ୍ଷରୁ ୪୨ତମ ବାର୍ଷିକ ଉତ୍ସବ ଅବସରରେ ରାଜ୍ୟସ୍ତରୀୟ ଲେଖକ ସମ୍ମିଳନୀ ଅନୁଷ୍ଠିତ
|
February 8, 2021 |



