ସାହାସପୁର ଗ୍ରାମରେ “ଆମ ଓଡ଼ିଶା ନବୀନ ଓଡିଶା” ପଞ୍ଚାୟତ ସ୍ତରୀୟ ସଚେତନତା ଶିବୀର ଉଦଯାପିତ

Spread the love

ସମ୍ବଲପୁର,୧୧/୦୨/୨୦୨୪(ସନ୍ଧାନନ୍ୟୁଜ):ମାନେଶ୍ଵର ବ୍ଲକ ଅନ୍ତର୍ଗତ ସାହାସପୁର ଗ୍ରାମରେ “ଆମ ଓଡ଼ିଶା ନବୀନ ଓଡିଶା” ପଞ୍ଚାୟତ ସ୍ତରୀୟ ସଚେତନତା ଶିବୀର ଉଦଯାପିତ ହୋଇଯାଇଛି। ସ୍ଥାନୀୟ ସରପଞ୍ଚ ଦିବାକର ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ମାନେଶ୍ଵର ବିଡ଼ିଓ ଜନ୍ମଜୟ ବେହେରା ଯୋଗଦେଇଥିଲେ lସମ୍ମାନିତ ଅତିଥିଭାବେ ଏଏଇ ପ୍ରଜ୍ଞା ପଣନୀତା, ଜେଇ ରଞ୍ଜିତ ମହାରଣା, ବିଜୁ ଜନତା ଦଳ ବ୍ଲକ ସଭାପତି ଗୋପିରଞ୍ଜନ ବେହେରା, ମହିଲା ସଭାନେତ୍ରୀ ବୀଣାପାଣି ବେହେରା, ଯୁବ ବିଜେଡି ବ୍ଲକ ସଭାପତି ସମିର ପାଢ଼ୀ, ସ୍ଥାନୀୟ ସମିତି ସଭ୍ୟା ଲିନା ମହାପାତ୍ର, ନାଏବ ସରପଞ୍ଚ ମିନାକ୍ଷୀ ପଣ୍ଡାଙ୍କ ସହ ଡକରା ସରପଞ୍ଚ ସଞ୍ଜିବ ପୁଜାରୀ, ବଦୁଆପାଲି ସରପଞ୍ଚ ନେତ୍ରାନନ୍ଦ ବିଶ୍ୱାଳ,ବତେମୁରା ସରପଞ୍ଚ ଅନ୍ତରାମ ପାଣ୍ଡେ,ହୁମା ସରପଞ୍ଚ ଲୀଳାବତୀ ପୁଜାରୀ, ଧମା ସରପଞ୍ଚ ଲଳିତା ପଧାନ, ଦେଓଗାଁ ସରପଞ୍ଚ ସରସ୍ବତୀ ରାଉତ ପ୍ରମୁଖ ଯୋଗଦାନ କରି ପଞ୍ଚାୟତ ବାସୀଙ୍କୁ ରାଜ୍ୟ ସରକାରଙ୍କ ବିଭିନ୍ନ ଜନହିତକାରୀ ଯୋଜନା ସମ୍ପର୍କରେ ବୁଝାଇବା ସହ ତାର ଲାଭ ଉଠେଇବା ପାଇଁ ସଚେତନତା ବାର୍ତ୍ତା ଦେଇଥିଲେ l ଏହି ଅବସରରେ ଅତିଥିମାନଙ୍କ ଦ୍ୱାରା ବିଭିନ୍ନ ବ୍ୟକ୍ତି ବିଶେଷ ଓ ଛାତ୍ରଛାତ୍ରୀମାନଙ୍କୁ ମାନପତ୍ର ଓ କପଦେଇ ସମ୍ମାନିତ କରାଯାଇଥିଲା l କାର୍ଯ୍ୟକ୍ରମରେ ଏସଏଜଜି ଗ୍ରୁପ ମହିଳାଙ୍କ ଦ୍ୱାରା ନିର୍ମିତ ବିଭିନ୍ନ ସାମଗ୍ରୀ ଷ୍ଟଲ, ଛାତ୍ରଛାତ୍ରୀଙ୍କ ଚିତ୍ରକଳା, ଅଞ୍ଚଳ ନିର୍ମିତ ବିଭିନ୍ନ ଜିନିଷର ପ୍ରଦର୍ଶନୀ ସହିତ ସ୍ୱାସ୍ଥ୍ୟ ବିଭାଗ ତରଫରୁ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଆୟୋଜନ ହୋଇଥିଲା l ଛାତ୍ରଛାତ୍ରୀଙ୍କ ନୃତ୍ୟ ଓ ଅର୍ଡ଼ା ଦଳର ଘୁବକୁଡୁ ନୃତ୍ୟ ଲୋକଙ୍କୁ ବିମୋହିତ କରିଥିଲା l ଶିକ୍ଷକ କ୍ଷୀରୋଦ୍ର ପଧାନ ସଭା ପରିଚାଳନା କରିଥିବା ବେଳେ ଶିକ୍ଷକ ଘନଶ୍ୟାମ ପାଣ୍ଡେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l

Related Posts

About The Author

Add Comment