କଟକ,(ସନ୍ଧାନ ନ୍ୟୁଜ୍) : କଟକ ଜିଲ୍ଲା ସାଲେପୁର ସ୍ଵୟଂଶାସିତ ମହାବିଦ୍ୟାଳୟ ଓଡ଼ିଆ ବିଭାଗ ପକ୍ଷରୁ ପୁରାତନ ଛାତ୍ରଛାତ୍ରୀମାନଙ୍କୁ ନେଇ ଏକ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଆ ବିଭାଗର ବିଭାଗ ମୁଖ୍ୟା ଡକ୍ଟର ସୁଷମାରାଣୀ କର ସଭାପତିତ୍ଵ କରିଥିବା ବେଳେ ରାଜନୀତି ବିଜ୍ଞାନ ବିଭାଗ ମୁଖ୍ୟ ତୁଷାର କୁମାର ମହାନ୍ତି ନିମନ୍ତ୍ରିତ ଅତିଥି,ମୁଖ୍ୟ ଅତିଥି ଭାବେ ପ୍ରାକ୍ତନ ଛାତ୍ର ତଥା ଅବସରପ୍ରାପ୍ତ ପ୍ରାଧ୍ୟାପକ ପ୍ରଭାତ କିଶୋର ନାୟକ ଯୋଗ ଦେଇଥିଲେ । ଚାଳିଶଜଣରୁ ଉର୍ଦ୍ଧ୍ବ ପ୍ରାକ୍ତନ ଛାତ୍ରଛାତ୍ରୀ ଉପସ୍ଥିତ ରହି ବିଭାଗ ତଥା ମହାବିଦ୍ୟାଳୟର ଉନ୍ନତି ସାଧନ ନିମନ୍ତେ ଆଲୋଚନା କରିଥିଲେ । ମହାବିଦ୍ୟାଳୟକୁ ନେଇ ନିଜନିଜର ଅନୁଭୂତି ବ୍ୟକ୍ତ କରିବାସହ ବିଭାଗର ଭୂୟସୀ ପ୍ରଶଂସା କରିଥିଲେ । ସମସ୍ତ ଅଧ୍ୟାପକ ଅଧ୍ୟାପିକା ଏହି କାର୍ଯ୍ୟକ୍ରମରେ ସାମିଲଥିଲେ ।
ସାଲେପୁର ସ୍ଵୟଂଶାସିତ ମହାବିଦ୍ୟାଳୟ ଓଡ଼ିଆ ବିଭାଗର ପ୍ରାକ୍ତନ ଅଧ୍ୟାୟୀ ସମାବେଶ
|
March 1, 2024 |
