ସାରନଗରୀ, ୭/୧/୨୦ (ସନ୍ଧାନ ନିଉଜ) : ଦକ୍ଷିଣ ରାଉରକେଲା ସାରନଗରୀରେ ରହୁଥିବା ଭୋଳନାଥ ରାୟ । ମାଟ୍ରିକ ପାସ କରି ନ ଥିବା ଭୋଳନାଥଙ୍କର ପିଲାଟି ବେଳୁ ଇଲେକ୍ଟ୍ରି ସାମଗ୍ରୀ ପ୍ରତି ରହିଛି ଅହେତୁକ ଆକର୍ଷଣ । ଏହାର ପ୍ରତିଫଳନ ସ୍ୱରୂପ ସେ ଏକ ବ୍ୟାଟେରୀ ଚାଳିତ ସାଇକେଲ୍ର ସ୍ରଷ୍ଟା ହେବାର ପରିଚୟ ଲାଭ କରି ପାରିଛନ୍ତି ।ଭୋଳାନାଥ କହିଛନ୍ତି, ଦିନକୁ ଦିନ ପେଟ୍ରୋଲ ଦାମ ବଢ଼ି ଚାଲିଛି । ଏଥିଯୋଗୁ ପ୍ରଦୂଷଣ ବି ହୁ ହୁ ହୋଇ ବଢ଼ି ଚାଲିଛି । ତେଣୁ କମ୍ ଖର୍ଚ୍ଚରେ ଏପରି ଏକ ସାଇକେଲ୍ ନିର୍ମାଣ କରିବାକୁ ନିଷ୍ପତ୍ତି ନେଲି । ପିଲା ଦିନୁ ବୈଦ୍ୟୁତିକ ସରଞ୍ଜାମ ସହ ଜଡ଼ିତ ଥିବାରୁ ବିଭିନ୍ନ ସାମଗ୍ରୀ ଏକତ୍ରିତ କରି ଏପରି ଏକ ସାଇକେଲ୍ ବାହାର କରିବାରେ ସଫଳ ହେଲି । ସାଇକେଲ୍ ଏପରି ଯାହାର ପେଡ଼ାଲ ନାହିଁ, କିନ୍ତୁ ଆପେ ଆପେ ଗଡ଼ିବ । ବେଗ ଘଣ୍ଟାକୁ ୩୦ କିଲୋମିଟର । ଏଥିନିମନ୍ତେ ଇନ୍ଧନର ବି ଆବଶ୍ୟକତା ନାହିଁ । ଥରେ ଚାର୍ଜ କଲେ ଏହା ୫୦ କିଲୋମିଟର ଗଡ଼ିବ । ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଏହି ସାଇକେଲ୍ରେ ଇଲେକ୍ଟ୍ରିକ ବ୍ରେକ, ଇଣ୍ଡିକେଟର, ହେଡଲାଇଟ, ହର୍ଣ୍ଣ ସୁବିଧା ମଧ୍ୟ ରହିଛି । ଏହି ସାଇକେଲ୍ରେ ଲାଗି ଥିବା ମୋଟରର କ୍ଷମତା ୨୫୦ ୱାଟ୍, ୨୪ ଭୋଲଟ ଥିବା ବେଳେ ସ୍ପିଡୋମିଟର ବ୍ୟବସ୍ଥା ରହିଛି । ବିଦ୍ୟୁତ୍ ସରଞ୍ଜାମ ସହ ଖେଳୁ ଖେଳୁ ଦିନେ ଯେ ଏପରି ଏକ ସାଇକେଲ୍ ଉଦ୍ଭାବନ କରିବେ, ତାହା ଭାବି ନ ଥିଲେ
ସାରନଗରୀର ଭୋଳନାଥ : ବ୍ୟାଟେରୀ ଚାଳିତ ସାଇକେଲ୍ର ସ୍ରଷ୍ଟା
|
January 8, 2020 |
