ସାରନଗରୀରେ ପ୍ଲାଷ୍ଟିକ ବର୍ଜନ କଟକଣା ଭେଳିକି ମାନୁନାହାନ୍ତି ବେପାରୀ, ପ୍ରଶାସନ ନିଦାବିଷ୍ଣୁ

Spread the love

ରାଉରକେଲା ,୦୭/୧୨ (ସନ୍ଧାନ ନିୟୁଜ): କେନ୍ଦ୍ର ସରକାର ଗତ ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀରୁ ସାରା ରାଜ୍ୟରେ ପଲିଥିନ ଓ ପ୍ଲାଷ୍ଟିକ ବ୍ୟବହାର ଉପରେ କଟକଣା ଲାଗୁ କରିଥିଲେ ମଧ୍ୟ ସାରନଗରୀ ଅଂଚଳରେ କ୍ମୃରେ ହାତରେ ଟିଫିନ ଓ କାଗଜ ଠୁଙ୍ଗାରେ ବରା, ସିଙ୍ଗଡ଼ା ନେଇ ରାସ୍ତାପାର ହେଉଥିବା ବେଳେ ଏହା ସେମାନଙ୍କ ଜୀବନ ପାଇଁ ବିପଦର କାରଣ ସାଜିଛି । ସ୍ଥାନୀୟ ପ୍ରଶାସନ ପକ୍ଷରୁ ସାରନଗରୀ ଅଂଚଳରେ ପ୍ଲାଷ୍ଟିକ ବ୍ୟବହାରକାରୀ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନ ନିଆଯିବା କାରଣରୁ ଏହା ଅଂଚଳର ବୁଦ୍ଧିଜିବୀ ଓ ଅଂଚଳବାସୀ ମଧ୍ୟରେ ଘୋର ଅସନ୍ତୋଷ ସୃଷ୍ଟି କରିଛି । ପ୍ରଶାସନର ଉଚ୍ଚକର୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି । ଏହି କଟକଣା ପ୍ରହସନରେ ପରିଣତ ହେଲାଭଳି ସ୍ତଷ୍ଟ ବାରି ହୋଇ ପଡୁଛି । ସାରନଗରୀ ଅଂଚଳରେ ଉଭୟ ଗ୍ରାହକ ଓ ବେପାରୀ ପ୍ଲାଷ୍ଟିକ ବର୍ଜନ ନିୟମରୁ ବାହାରେ ରହିଥିବା ଆଲୋଚନା ହେଉଛି । ସାରନଗରୀ ଅଂଚଳର କିଛି ବେପାରୀ ଏହି ନିୟମ ମାନୁଥିବା ବେଳେ, ଅଧିକାଂଶ ଅବମାନନା କରୁଛନ୍ତି । ସେହିପରି ଗ୍ରାହକ ମାନେ ବଜାରକୁ ବ୍ୟାଗ ନେଇ ଯିବା ଅଭ୍ୟସ୍ତ ନଥିବା କାରଣରୁ,ଜଳଖିଆ ଆଣିବାକୁ ଗଲେ ଘରୁ ଟିଫିନ ନେଇ ଯିବା ଲକ୍ଷ୍ୟ କରାଯାଉଛି । ବୟସ୍କ ବୃଦ୍ଧ, ବୃଦ୍ଧା, ନାବାଳକ ମାନେ ମଧ୍ୟ ବହୁ କଷ୍ଟରେ ହାତରେ ଟିଫିନ ଭରା ଜଲଖିଆ ଓ କାଗଜ ଠୁଙ୍ଗାରେ ବରା, ସିଙ୍ଗଡ଼ା ଧରି ରାସ୍ତା ପାର ହେଉଥିବା ସମୟରେ କୌଣସି ସମୟରେ ଯେ, ଦୁର୍ଘଟଣା ନଘଟିବ, ଏ ଆଶଙ୍କାକୁ ମଧ୍ୟ ଏଡ଼ାଇ ଦିଆଯାଇ ନପାରେ । ସାରନଗରୀରେ ପ୍ଲାଷ୍ଟିକ ଖୋଲାଖୋଲି ବ୍ୟବହାର ହେଉଥିବା ବେଳେ, ଏହାକୁ ନେଇ ପ୍ରଶାସନ ପକ୍ଷରୁ କୌଣସି ଚଢଉ ଅଂଚଳରେ ନହେବା ନେଇ ବୁଦ୍ଧିଜିବୀ ଓ ଅଂଚଳବାସୀଙ୍କ ମଧ୍ୟରେ ତ୍ରୀବ ପ୍ରତିକ୍ରିୟା ସୃଷ୍ଟି କରିଛି । ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଦବାକୁ ସାଧାରଣରେ ଦାବି ହୋଇଛି ।

Related Posts

About The Author

Add Comment