ସାମ୍ୟବାଦର ଦେବୀ ମାଆ ବାଲିଆ ଜାଗୁଳାଇଙ୍କର ଜାଗ୍ରତଗୈାରୀ ପଂଚମୀ ଯାତ୍ରା
ସାମ୍ୟବାଦର ଦେବୀ ମାଆ ବାଲିଆ ଜାଗୁଳାଇଙ୍କର ଜାଗ୍ରତଗୈାରୀ ପଂଚମୀ ଯାତ୍ରା
Manas Kumar Rout |
July 23, 2020 |
ଯାଜପୁର ୨୩/୦୭ (ସନ୍ଧାନ ନିଉଜ) ଉକôଳ ଭୂଖଣ୍ଡରେ ବହୁ ପ୍ରକ୍ଷାତ ଦେବୀ ଅଛନ୍ତି । ସେହିପରି ଭାବେ ବିଭିନ୍ନ ସ୍ଥାନରେ ଗ୍ରାମ ଦେବୀ ମାନେ ଜାଗୁଳାଇଙ୍କ ନାମରେ ପୂଜିତ ହେଉଥିଲେ ବି , ବିଦଗ୍ଧ କବି ଅଭିମନୁ୍ୟ ସାମନ୍ତ ସିଂହାରଙ୍କ ପ୍ରତିଷ୍ଠିତ ମାନସ ବୃନ୍ଦାବନର ଦେବୀ ମାଆ ଜାଗୁଳାଇ ହିଁ ମୂଳ ଠାକୁରାଣୀ ଭାବେ ଅଗ୍ରପୂଜ୍ୟ । ଭକ୍ତର ଭକ୍ତି ଭାବନାରେ ସେ ଏମିତି ମଜ୍ଜିଯାଇ ଥାଆନ୍ତି ଯେ , ତାଙ୍କୁ ଭକ୍ତିର ସହ ଆରଧନା କଲେ କାହାର ପ୍ରାର୍ଥନା ବ୍ୟର୍ଥ ଯାଏ ନାହିଁ ବୋଲି ଜନଶୃତି ଅଛି । ତାଙ୍କୁ ସାମ୍ୟବାଦର ଦେବୀ ବୋଲି କହିଲେ ଅତୁ୍ୟକ୍ତି ହେବ ନାହିଁ । ପବିତ୍ର ଶ୍ରାବଣ ଏକାଦଶୀ ରୁ ମାଆ ମନ୍ଦିରରୁ ବାହାରି ଭକ୍ତର ଦୁଖ ବୁଝିବାକୁ ଗ୍ରାମ୍ୟ ଭ୍ରମଣ ରେ ଯାଇଥାନ୍ତି । ଆଚାଣ୍ଡାଳ ବ୍ରାହ୍ମଣ ଗୃହକୁ ଯାଇ ମାଆ ମଣୋହୀ କରିବା ସହ ୯ ଦିନ ପରେ ପୁନଶ୍ଚ ଜାଗ୍ରତ ଆଜି ଗୈାରୀ ପଂଚମୀ ଦିନ ଅଭିମନୁ୍ୟଙ୍କ ବ୍ରାହ୍ମଣୀ ସଦୃଶ ଜମୁନା ନଦୀର କାତ୍ୟାୟନୀ ଘାଟରୁ ସ୍ନାନ ସାରି ମନ୍ଦିର କୁ ପ୍ରବେଶ କରନ୍ତି । କାତ୍ୟାୟନୀ ଘାଟରୁ ମାଆଙ୍କୁ ଏକ ବିଶାଳ ଶୋଭାଯାତ୍ରାରେ ମନ୍ଦିରକୁ ନିଆଯାଇଥାଏ ହଜାର ହଜାର ଶ୍ରଦ୍ଧାଳୁଙ୍କ ସହିତ ମାଆ କାଳେସୀ ଲାଗି ଘଂଟ, ଘଂଟା, ବାଦ୍ୟ ଓ ସଂକୀର୍ତନର ତାଳେ ତାଳେ ଭକ୍ତ ସମୁହଙ୍କ ଗହଣରେ ମନ୍ଦିରକୁ ପ୍ରବେଶ କରିଥାନ୍ତି । ମନ୍ଦିରରେ ପ୍ରବେଶ କରି କାଳେସୀ ଲାଗିଥାନ୍ତି । କାଳେସୀ ମୁଖରେ ମାଆ ସଂସାରକୁ ଦୁଃଖ ମାଡି ଆସୁଛି , ମୋର ଜନମାନି ମାନେ ସତର୍କ ହୋଇ ଚଳ ।
ନଚେତ ଆସୁଥିବା ଆଗାମୀ ବିପଦରୁ ଉଦ୍ଧାର ପାଇ ପାରିବ ନାହିଁ ବୋଲି ପ୍ରକାଶ କରିବା ସହିତ , ଧୋଇ ଆଉ ମରୁଡିରେ ଆକ୍ରାନ୍ତ ହୋଇ ଦେଶରେ ଚଳିତ ବର୍ଷ କେତେ ଭାଗ ଫସଲ ହାନି ହେବାକୁ ପ୍ରକାଶ କରନ୍ତି । କିନ୍ତୁ ଚଳିତ ବର୍ଷ ଆସନ୍ତାକାଲି ତା ୨୪.୦୭.୨୦୨୦ ଶୁକ୍ରବାର ଜାଗ୍ରତ ଗୈାରୀ ପଂଚମୀ । ଗତ ଏକାଦଶିରେ ମାଆଙ୍କୁ ତାଙ୍କର ପିତ୍ରାଳୟ ବାଲିଆ ଉଆସକୁ ନିଆ ଯାଇଥିଲା କିନ୍ତି ପ୍ରତ୍ୟେକ ବର୍ଷ ପରି ଏ ବର୍ଷ କରୋନା ମହାମାରୀ ପାଇଁ ତାହା ସଂପୂର୍ଣ୍ଣ ନିରାଡମ୍ବର ପୂର୍ଣ୍ଣଥିଲା । ତେବେ ମାଆଙ୍କୁ ତାଙ୍କର ପ୍ରତ୍ୟେହ ସେବା କରୁଥିବା ସେବକ ମାନେ ହିଁ କେବଳ ବିନା କୈାନସି ଆଡମ୍ବରରେ ବାଲିଆ ଉଆସକୁ ନେଇଥିଲେ । ଚାଲୁଥିବା ମହାମାରୀର ପ୍ରଭାବ ଆଉ ବେଶିଦିନ ନୁହଁ , ସେଥିଲାଗି ସମସ୍ତେ ସତର୍କ ରହିବା ଲାଗି ମାଆ କାଳେସୀ ମୁଖରେ ଅଭୟ ବାଣୀ ପ୍ରଦାନ କରିଥିଲେ । ଅନ୍ୟ ଏକ ଦୃଶ୍ୟ ଥିଲାଯେ ମାଆ ଏପରି ଭାବରେ ତଥା ସଂପୂର୍ଣ୍ଣ ନିରାଡମ୍ବର ଭାବରେ ଆସିଥିବାରୁ ମାଆ କାଳେସୀ ରୂପରେ କଇଁ କଇଁ ହୋଇ ଅଧୈର୍ଯ୍ୟ କାନ୍ଦଣାା କାନ୍ଦିଥିଲେ । ତେବେ ଆସନ୍ତା କାଲି ପଂଚମୀ ଯାତ୍ରା କିପରି ହେବ ତାହା ସୁବ୍ୟବସ୍ଥା କରିବାକୁ ମାଆ ବର୍ତମାନର ସାମନ୍ତ ଚୈାଧୁରୀ ରାଜା ପାର୍ଥସାରଥି ସାମନ୍ତ ସିଂହାରଙ୍କୁ ତାହାର ସୁଗମ କରିବାକୁ ପରାମର୍ଶ ଦେଇଥିଲେ । ଦିର୍ଘ ୯ ଦିନ ଧରି ମାଆ ଗ୍ରାମ୍ୟ ଭ୍ରମଣ କାର୍ଯ୍ୟକ୍ରମକୁ ଚଳିତ ବର୍ଷ ବନ୍ଦ ରଖା ଯାଇଛି । ତେବେ ମାଆ ତାଙ୍କର ବା୍ରହ୍ମଣ ସେବକ ନୃସିହଂ ପତିଙ୍କ ଘରେ ଏହି ୯ ଦିନ ରହିଥିବା ବେଲେ ସେହିଠାରେ ୯ ଦିନ ପରମ୍ପରା କାର୍ଯ୍ୟକ୍ରମ ସମାପ୍ତି ଘଟିଛିି । ଆସନ୍ତା କାଲି ମାଆଙ୍କ ମନ୍ଦିର ପ୍ରବେଶ ଯାତ୍ରା ବିନା ଭକ୍ତ ସମାବେଶରେ ସମାପନ ହେବ ବୋଲି ସାମନ୍ତ ସିଂହାର ପ୍ରକାଶ କରିଛନ୍ତି ।
Related Posts
About The Author