କଟକ ସଦର,(ସନ୍ଧାନ ନ୍ୟୁଜ୍) : କଟକ ସଦର ୪୨ ମୌଜା ଅଞ୍ଚଳର ବିଶିଷ୍ଟ ସାମ୍ୱାଦିକ ସୁକାନ୍ତ କୁମାର ବେଉରାଙ୍କ ବଡ଼ଭାଇ ସମାଜସେବୀ ଫକିର ଚରଣ ବେହେରା (୬୪) ଙ୍କର ଏକ ଘରୋଇ ହସ୍ପିଟାଲରେ ହୃଦଘାତରେ ପରଲୋକ ଘଟିଛି । ଗତ ଦୁଇଦିନ ହେଲା ତାଙ୍କ ଛାତିରେ ଯନ୍ତ୍ରଣା ହେବାରୁ କଟକ ଏକ ଘରୋଇ ଡାକ୍ତରଖାନାର ଭର୍ତି କରାଯାଇଥିଲା,ମାତ୍ର ସେଠାରେ ତାଙ୍କର ଚିକିତ୍ସାଧିନ ଅବସ୍ଥାରେ ପରଲୋକ ଘଟିଛି । ତାଙ୍କ ମୃତ୍ୟୁଶଯ୍ୟା ନିକଟରେ ବଡ଼ଭଉଣୀ,ସାନଭଉଣୀ,ମଝିଆ ବୋହୂ,ସାନ ବୋହୁ,ଝିଅ ସୁକନ୍ୟା,ଜ୍ବାଇଁ ପ୍ରିୟ ରଞ୍ଜନ, ସାନଭାଇ ସାମ୍ୱାଦିକ ସୁକାନ୍ତ,ସମୁଦୀ ସମାଜସେବୀ ପ୍ରଭାତ,ପୁତୁରା ଅମିତ,ଅକ୍ଷୟ,ଅରୁ,ଆଶିଷ,ବବୁଲ,ପୁତୁ ରା ବୋହୂ,ନାତି ନାତୁଣୀ ଖୁସି,ଶ୍ରଦ୍ଧା ଓ ମାରୁତିଙ୍କ ସହିତ ପାରିବାର ଅନ୍ୟ ସଦସ୍ୟ ଉପସ୍ଥିତ ଥିଲେ । କଟକ ସ୍ବର୍ଗଧାମ ରେ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା । ବଡ ପୁତୁରା ଯୁବ ସମାଜସେବୀ ଅମିତ୍ ମୁଖାଗ୍ନି ଦେଇଥିଲେ।
ସାମ୍ବାଦିକ ସୁକାନ୍ତ କୁମାର ବେଉରାଙ୍କ ଭାତ୍ରୁ ବିୟୋଗ
|
December 27, 2023 |
![](https://sandhannews.com/wp-content/uploads/2023/12/42mouza-fakir-charan-beura-death-photo.jpg)