ସାମ୍ବାଦିକ ସତ୍ୟ ରଞ୍ଜନ ଦାସମହାପାତ୍ରଙ୍କୁ ଜୟଦେବ ସମ୍ମାନ

Spread the love
କଟକ( ସନ୍ଧାନ ନିଉଜ)  : ଗୀତ ଗୋବିନ୍ଦର ରଚୟିତା ତଥା ଜଗନ୍ନାଥଙ୍କ ପରମ ଭକ୍ତ ଜୟଦେବଙ୍କ ରାଜ୍ଯ ସ୍ତରୀୟ ଜୟନ୍ତୀ ଉତ୍ସବ କଟକ ଶ୍ରୀରାମଚନ୍ଦ୍ର ଭବନ ପରିସରରେ ପାଳନ କରାଯାଇଛି। ରାଜ୍ଯ ଭକ୍ତ କବି ଜୟଦେବ ସାଂସ୍କୃତିକ ପରିଷଦ ପକ୍ଷରୁ ଆୟୋଜିତ ଏହି ଉତ୍ସବରେ ଓଡିଶା ଆୟୁର୍ବେଦ ସେବା ସଂସ୍ଥାର ଅଧ୍ୟକ୍ଷ ଡି.ଲିଟ୍ ପ୍ରାପ୍ତ ତଥା ଆୟୁର୍ବେଦ ଗବେଷକ ଡାକ୍ତର ଦୀନବନ୍ଧୁ ମହାରଣା ସଭାପତିତ୍ବ କରିଥିଲେ । ଏହି ଅବସରରେ ସାହିତ୍ୟ ଓ ସାମ୍ବାଦିକତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଫୁଲନଖରା ଅଞ୍ଚଳର ଯୁବ ସାମ୍ବାଦିକ ତଥା ଟ୍ୟୁନ ସିଟି ପ୍ରେସ କ୍ଲବର କୋଷାଧ୍ଯକ୍ଷ ସତ୍ୟରଞ୍ଜନ ଦାସମହାପାତ୍ରଙ୍କୁ  “ଜୟଦେବ ସମ୍ମାନ ୨୦୨୩” ପ୍ରଦାନ କରାଯାଇଛି । ଖାଉଟି କମିଶନର ଅଧ୍ୟକ୍ଷ ଡି ଦୂର୍ଗା ପ୍ରସନ୍ନ  ଚୌଧୁରୀ,ଓଡିଶା ଟେଲିଭିଜନ ପ୍ରଯୋଜକ ଶପଥ ମହାପାତ୍ର,ପ୍ରବଚକ ପଣ୍ଡିତ ଡ.ପଦ୍ମନାଭ ତ୍ରିପାଠୀ,ଡାକ୍ତର ମୀନତି ମହାରଣା,ଗବେଷକ ନିଶିକାନ୍ତ ମିଶ୍ର,ପ୍ରଫେସର ଡାକ୍ତର ଦିବ୍ଯଜ୍ଯୋତି ମହାରଣା ପ୍ରମୁଖ ଯୋଗଦେଇ  ଶ୍ରୀ ଦାସ ମହାପାତ୍ରଙ୍କୁ ମାନପତ୍ର ଓ ଉପଢୌକନ ଦେଇ ସମ୍ମାନିତ କରିଥିଲେ।

Related Posts

About The Author

Add Comment