ସାମ୍ବାଦିକ ସଂଜୟ ମିଶ୍ର ଗିରଫ ଘଟଣାରେ ଧର୍ମଶାଳା ପୋଲିସ ପାଇଁ ବଢୁଛି ଅଡୁଆ

Spread the love

ଯାଜପୁର,୦୨/୦୫/୨୨ (ସନ୍ଧାନ ନିଉଜ) କଥାରେ ଅଛି ଯୁଗେ ଯୁଗେ ଧର୍ମର ହୁଏ ଜୟ । ସେହି ଧାରାରେ ସାମ୍ବାଦିକ ସଂଜୟ ମିଶ୍ରଙ୍କୁ ଅତ୍ୟନ୍ତ ଅନ୍ୟାୟ ଭାବେ ମିଛ କେସରେ ଗିରଫ ନେଇ ବେଳକୁ ବେଳ ଧର୍ମଶାଳା ପୋଲିସ ପାଇଁ ଅଡୁଆ ବଢିବାରେ ଲାଗିଛି । ଖବରରୁ ପ୍ରକାଶ, ସଂଜୟଙ୍କୁ ମିଛ କେସରେ ଗିରଫ କରାଯାଇଛି ବୋଲି ଆରମ୍ବରୁ ଜଣା ପଡୁଥିଲା । ହେଲେ ଚଣ୍ଡୀଖୋଲ ଜେ.ଏମ.ଏଫ.ସି ଦୁଇଦିନ ପରେ କେସର ସି.ଡି ମାଗିବା ପରେ କୋର୍ଟ ମଧ୍ୟ କେସର ଅନ୍ତରାଳରେ ସତ୍ୟତା କଣ ତାହା ଅନୁଭବ କରିଛନ୍ତି ବୋଲି ଜଣା ପଡିଲା । ହେଲେ ଧର୍ମଶାଳା ଥାନା ଅଧିକାରୀଙ୍କୁ ସଡୁ ତଥା ଜନୈକ ପୋଲିସ ଅଧିକାରୀ ସେହି ସମୟରେ ଦୁର୍ନିତି ଅଭିଯୋଗରେ ଭିଜିଲାନ୍ସ ଦ୍ୱାରା ଗିରଫ ହେବାରୁ କୋର୍ଟରେ ପୋଲିସ ସି.ଡି ଦାଖଲ କରିପାରି ନଥିଲେ ବୋଲି କୁହାଯାଉଛି । ଅପର ପକ୍ଷରେ ଯେଉଁ ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ନାମରେ ଏତଲା ରୁଜୁ ହୋଇଛି ସେହି ବ୍ୟକ୍ତିଙ୍କ ସାମାଜିକ ଏବଂ ପ୍ରଶାସନିକ କ୍ଷେତ୍ରରେ ଗ୍ରହଣୀୟତା ନେଇ ମଧ୍ୟ ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଶେଷକୁ କେତେକ ସାମ୍ବାଦିକ ଏଭଳି ଏକ ଅତ୍ୟନ୍ତ ଅନ୍ୟାୟ ଗିରଫଦାରୀ ବିରୋଧରେ ଯାଜପୁର ଏସ.ପିଙ୍କ ନିକଟରେ ସଂପୂର୍ଣ୍ଣ ଭାବେ ହାତ ଟେକିଦେବା ପରେ ଏସ.ପି ରାହୁଲ ପି.ଆର ମଧ୍ୟ ଘଟଣାରେ ନ୍ୟାୟ ଦେବା ପାଇଁ ପ୍ରତିଶୃତି ଦେଲେ । ସାମ୍ବାଦିକ ମାନେ ଭେଟିବାର ମାତ୍ର ଅଧ ଘଂଟାଏ ଭିତରେ ଧର୍ମଶାଳା ଥାନା ଅଧିକାରୀ ରାକେଶ ତ୍ରିପାଠୀଙ୍କୁ ଏସ.ପି ଡକାଇଥିଲେ । ନିଜର କାର୍ଯ୍ୟାଳୟ ଭିତରେ ଏସ.ପି କୁଆଡେ ପୋଲିସର କାର୍ଯ୍ୟ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ । ଶେଷକୁ ଧର୍ମଶାଳାର ବହୁ ସାଧାରଣ ଜନତା ଏଭଳି ଗିରଫଦାରୀ ନେଇ ପ୍ରତିକ୍ରିୟାଶୀଳ ହେବା ସହ ସଂଜୟଙ୍କ ପ୍ରତି ସମର୍ଥନ ପ୍ରଦାନ କରୁଛନ୍ତି । ଯାହା କି ପୋଲିସର ଦମନ ମୂଳକ କାର୍ଯ୍ୟଧାରା ପାଇଁ ସାଧାରଣରେ ସରକାର ବିରୋଧୀ ବାତାବରଣ ସୃଷ୍ଟି କରୁଛି । ଏଥିନେଇ ତୃତୀୟ ମହାଲାରେ ଖବର ପହଂଚିବା ପୀ ଗୁଇନ୍ଦା ବିଭାଗ ତରଫରୁ ମଧ୍ୟ ଏକ ରିପୋର୍ଟ ସରକାରଙ୍କୁ ପ୍ରଦାନ କରାଯାଇ ଥିବାର କୁହାଯାଉଛି । ଏପରିକି ସଂଜୟଙ୍କ ଘଟଣାକୁ ଉଚ୍ଚ ନ୍ୟାୟାଳୟରେ ପହଂଚାଇବା ସହ ବିଭିନ୍ନ ଫୋରମରେ ଏହି ଅଭିଯୋଗକୁ ଅଧିକ ସଶକ୍ତ କରିବା ପାଇଁ କେତେକ ଅର୍ଥଦାନ କରିଛନ୍ତି । ସଂଜୟଙ୍କ ଗିରଫଦାରୀକୁ ଏକ ଦୃଷ୍ଟାନ୍ତ ଭାବେ ନିଆଯାଇ ପୋଲିସ ମନୋମୁଖୀ ଭାବେ ଯେ କୌଣସି ବ୍ୟକ୍ତିଙ୍କୁ ଗିରଫ କରିବା କ୍ଷେତ୍ରରେ ପ୍ରତିବନ୍ଧକ ସୃଷ୍ଟି କରିବାକୁ ଆଇନ ଆଣିବାକୁ ସୁପ୍ରୀମକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ପାଇଁ ମଧ୍ୟ କେତେକ ବୁଦ୍ଧିଜୀବି ପ୍ରସ୍ତୁତି ଚଲାଇଛନ୍ତି । ଏଣେ ଏତଲା ଅଧାରରେ ଦିଆଯାଇ ଥିବା ଦଫାକୁ ପ୍ରମାଣ କରିବା ପୋଲିସ ପାଇଁ ଅସମ୍ବବ ବ୍ୟାପାର ହୋଇ ପଡିଛି । ବିଶ୍ୱସ୍ଥ ସୁତ୍ରରୁ ମିଳିଥିବା ଖବର ଅନୁସାରେ ସଂଜୟଙ୍କ ମୋବାଇଲକୁ ଟ୍ରାକିଂ କରାଗଲେ ସଂଜୟ ଅଭିଯୋଗ ଅନୁସାରେ ସେ ସମୟରେ ଉକ୍ତ ସ୍ଥାନରେ ନଥିଲେ । ଏପରିକି ସଂଜୟଙ୍କ ନାମରେ ଏଭଳି ଅଭିଯୋଗ ଅଛି ବୋଲି ଗିରଫ ପରେ ବି ସେ ଜାଣି ନଥିଲେ । ପୋଲିସ କୌଣସି ପ୍ରକାର ପ୍ରାଥମିକ ତଦନ୍ତ ନକରି ଏଭଳି କାର୍ଯ୍ୟାନୁଷ୍ଠାନ ପୋଲିସର ଛବିକୁ ସାଧାରଣରେ ଅତ୍ୟନ୍ତ ଖରାପ କରିଛି । ଧର୍ମଶାଳା ଥାନା ଅଂଚଳରେ ଚାଲିଥିବା ବିଭିନ୍ନ ପ୍ରକାର ଚୋରା ଏବଂ ବେଆଇନ କାରବାର ନେଇ ମଧ୍ୟ ଗୋଟିଏ ଗୋଷ୍ଠୀ ପ୍ରମାଣଯୋଗ୍ୟ ତଥ୍ୟ ପ୍ରସ୍ତୁତ କରି ଗୋଟିଏ ସପ୍ତାହ ମଧ୍ୟରେ ପୋଲିସ ବିଭାଗର ସର୍ବୋଚ୍ଚ ଅଧିକାରୀଙ୍କୁ ପ୍ରଦାନ କରିବା ଉଦ୍ୟମରେ ରହିଛନ୍ତି । ଯାଜପୁର ଏସ.ପିଙ୍କ ପ୍ରତିଶୃତି ଅନୁସାରେ ସୋମବାର ଜଣେ ଉଚ୍ଚ ପଦସ୍ତ ପୋଲିସ ଅଧିକାରୀ ଏହି ଘଟଣାର ତଦନ୍ତ କରିବାକୁ ଆସିବାର କାର୍ଯ୍ୟକ୍ରମ ରହିଛି । ଏହା ପୂର୍ବରୁ ଧର୍ମଶାଳା ପୋଲିସ ସି.ଡି ପ୍ରସ୍ତୁତ କରି କୋର୍ଟରେ ପ୍ରଦାନ କରିବାକୁ ଉଦ୍ୟମରେ ରହିଛନ୍ତି ।

Related Posts

About The Author

Add Comment