ସାମ୍ବାଦିକ ଚିନ୍ମୟ ରଞ୍ଜନ ମହାରଣା ପାଇଲେ ଜାତୀୟ ଜୟଦେବ ସମ୍ମାନ

Spread the love

କଟକ( ସନ୍ଧାନ ନିଉଜ): ଗୀତ ଗୋବିନ୍ଦର ରଚୟିତା ତଥା ଜଗନ୍ନାଥଙ୍କ ପରମ ଭକ୍ତ ଜୟଦେବଙ୍କ ରାଜ୍ଯ ସ୍ତରୀୟ ଜୟନ୍ତୀ ଉତ୍ସବ କଟକ ଶ୍ରୀରାମଚନ୍ଦ୍ର ଭବନ ପରିସରରେ ପାଳନ କରାଯାଇଛି। ରାଜ୍ଯ ଭକ୍ତ  କବି ଜୟଦେବ ସାଂସ୍କୃତିକ ପରିଷଦ ପକ୍ଷରୁ ଆୟୋଜିତ ଏହି ଉତ୍ସବରେ ଓଡିଶା ଆୟୁର୍ବେଦ ସେବା ସଂସ୍ଥା ର ଅଧ୍ୟକ୍ଷ ଡି.ଲିଡ ପ୍ରାପ୍ତ ତଥା ଆୟୁର୍ବେଦ ଗବେଷକ ଡାକ୍ତର ଦୀନବନ୍ଧୁ ମହାରଣା ସଭାପତିତ୍ବ କରିଥିଲେ। ଏହି ଅବସରରେ ସାହିତ୍ୟ ଓ ସାମ୍ବାଦିକତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ  କଟକ-ଭୁବନେଶ୍ୱର ଟ୍ୟୁନ୍ ସିଟି ପ୍ରେସ କ୍ଲବର କାର୍ଯ୍ୟକାରୀ ସଭାପତି ସାମ୍ବାଦିକ ଚିନ୍ମୟ ରଞ୍ଜନ ମହାରଣାଙ୍କୁ “ଜାତୀୟ ଜୟଦେବ ସମ୍ମାନ ୨୦୨୩” ପ୍ରଦାନ କରାଯାଇଛି  । ଖାଉଟି କମିଶନର ଅଧ୍ୟକ୍ଷ ଡି ଦୂର୍ଗା ପ୍ରସନ୍ନ  ଚୌଧୁରୀ,ଓଡିଶା ଟେଲିଭିଜନ ପ୍ରଯୋଜକ ଶପଥ ମହାପାତ୍ର,ପ୍ରବଚକ ପଣ୍ଡିତ ଡ.ପଦ୍ମନାଭ ତ୍ରିପାଠୀ,ଡାକ୍ତର ମୀନତି ମହାରଣା,ଗବେଷକ ନିଶିକାନ୍ତ ମିଶ୍ର,ପ୍ରଫେସର ଡାକ୍ତର ଦିବ୍ଯଜ୍ଯୋତି ମହାରଣା ପ୍ରମୁଖ ଯୋଗଦେଇ  ଶ୍ରୀ ମହାରଣାଙ୍କୁ  ମାନପତ୍ର ଓ ଉପଢୌକନ ଦେଇ ସମ୍ମାନିତ କରିଥିଲେ।

Related Posts

About The Author

Add Comment