ଯାଜପୁର ସଦର, ୯/୪/୨୬ (ସନ୍ଧାନ ନ୍ୟୁଜ ) : ଯାଜପୁର ଜିଲ୍ଲା ରସୁଲପୁର ବ୍ଳକ୍ ଅନ୍ତର୍ଗତ ରସୁଲପୁର ପ୍ରେସ ଫୋରମ୍ ର ସଦସ୍ୟ ବିଶ୍ୱଜିତ ନାୟକ ବ୍ରେନ୍ ଷ୍ଟୋକ ରେ ଆକ୍ରାନ୍ତ ହୋଇ ସମ୍ ହସ୍ପିଟାଲ ଫୁଲ ନଖରାରେ ଚିକିତ୍ସିତ ହେଉଥିବା ବେଳେ ଏ ନେଇ ରସୁଲପୁର ବ୍ଲକ କୁଆଖିଆ ଲାୟନ୍ସ କ୍ଳବ୍ ର ସଭାପତି ଜନ୍ମଜୟ ସାହୁ ବିଶ୍ଵଜିତ୍ ଙ୍କ ବାସଭବନରେ ବାପାଙ୍କୁ ସାକ୍ଷାତ କରି କ୍ଳବପକ୍ଷରୁ ସଦସ୍ୟ ମାନେ ଦୁଃଖ ପ୍ରକାଶ କରିବା ସହିତ ଆର୍ଥିକ ସହାୟତା ଚିକିତ୍ସା ପାଇଁ ଆର୍ଥିକ ସହାୟତା ର ହାତ ବଢାଇଥିଲେ । କ୍ଲବ୍ ର ସଦସ୍ୟ ମାନେ ଦେବବ୍ରତ ରାଉତ, ମାନସ ଆଚାର୍ଯ୍ୟ, ଚିତ୍ତରଞ୍ଜନ ଦାସ, ସୁରେଶ ଦାସ, ସୌମ୍ୟ ରଞ୍ଜନ ପଣ୍ଡା ଆର୍ଥିକ ସହାୟତା ଯୋଗାଇ ଦେବା ସହିତ ବିଶ୍ଵଜିତର ଆସୁ ଆରୋଗ୍ୟ କାମନା କରି ଥିଲେ ।
ସାମ୍ବାଦିକଙ୍କ ଚିକିତ୍ସା ପାଇଁ ହାତ ବଢାଇଲେ ଲାୟନ୍ସ କ୍ଲବର ସଦସ୍ୟ ମାନେ
|
April 9, 2026 |



