ଯାଜପୁର ସଦର,୨୨ା୦୭(ସନ୍ଧାନ ନିୟୁଜ): ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ୍ ନିକଟସ୍ଥ ଧର୍ମଶାଳା ଥାନା ଅନ୍ତର୍ଗତ ଜଣେ ଇଲେକ୍ଟ୍ରୋମେଡିଆ ସାମ୍ବାଦିକଙ୍କୁ ବାଲି ମାଫିଆ ମାରିଦେବା ପାଇଁ ଧମକ ଦେବା ସହିତ ଟ୍ରାକ୍ଟର ଚଢ଼ାଇ ମାରିଦେବାକୁ ଧମକ ଦେଇଥିଲେ । ଏନେଇ ଯାଜପୁର ଜିଲ୍ଲାର କାର୍ଯ୍ୟରତ ସାମ୍ବାଦିକ ଇଲେକ୍ଟ୍ରିମେଡିଆର ପ୍ରତିନିଧି ପରମେଶ୍ୱର ବେଉରିଆ ନାଳକୁଳ ଆସିବା ବେଳେ, ବାଲି ମାଫିଆ ମାନେ ବାଲି ଉଠାଉ ଥିବା ସମୟରେ ଶ୍ରୀ ବେଉରିଆ ଫଟୋ ଉଠାଉଥିବା ବେଳେ, ନିକଟ ଗ୍ରାମର କେତେକ ବାଲି ମାଫିଆ ହତ୍ୟା ଧମକ ଦେଇଥିଲେ । ଏହି ଘଟଣାକୁ ନେଇ ଶ୍ରୀ ବେଉରିଆ ଅଭିଯୋଗ କରିବା ପରେ ଧର୍ମଶାଳା ଥାନା ଅଧିକାରୀ ସରୋଜ କୁମାର ସାହୁ ଘଟଣାର ତଦନ୍ତ କରିବା ସହିତ ଆସାମୀ ମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଶ୍ରୀ ସାହୁ ଗଣମାଧ୍ୟମକୁ ସୂଚନା ଦେଇଥିଲେ । ଶ୍ରୀ ବେଉରିଆଙ୍କ କ୍ୟାମେରା ଛଡ଼ାଇ ନେବା ସହିତ ମାରି ଦେବାକୁ ଧମକ ଦେବା ସହିତ ସାମ୍ବାଦିକଙ୍କୁ ମାଡ଼ ମାରିଥିଲେ । ଆସାମୀ ମାନଙ୍କୁ ଗିରଫ କରାଯିବା ପାଇଁ ଯାଜପୁର ସାମ୍ବାଦିକ ମାନେ ଯାଜପୁର ଜିଲ୍ଲା ଏସପି ରାହୁଲ ପିଆରଙ୍କ ନିକଟରେ ଦାବି କରିଥିଲେ ପରେ ସମ୍ପକ୍ତ ମାଫିଆ ସାମାଜିକ ଗଣାମଧ୍ୟମରେ ଭୁଲ ମାଗିଥିଲେ ।
ସାମ୍ବାଦିକଙ୍କୁ ମାରିଦେବା ପାଇଁ ଧମକ ଥାନାରେ ମାମଲା; ଭୁଲ ମାଗିଲେ ମାଫିଆ
|
July 23, 2021 |


