ସାମ୍ପ୍ରଦାୟିକ ସୌହାର୍ଦ୍ଧ୍ୟ ବଜାୟ ରଖିବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ

Spread the love

ଭୁବନେଶ୍ୱର, ୦୭/୦୪ (ସନ୍ଧାନ ନିୟୁଜ) : କରୋନା ମୁକାବିଲା ପାଇଁ ସରକାର ବ୍ୟାପକ ପଦକ୍ଷେପ ଗ୍ରହଣ କରିଛନ୍ତି। ଏହି ସମୟରେ ରାଜ୍ୟରେ ସାମ୍ପ୍ରଦାୟିକ ସୌହାର୍ଦ୍ଧ୍ୟ ବଜାୟ ରଖିବା ପାଇଁ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭକ୍ତ ସାଲବେଗଙ୍କ ଉଦାହରଣ ଦେଇ ମୁଖ୍ୟମନ୍ତ୍ରୀଙ୍କ ସନ୍ଦେଶ ସମ୍ପର୍କରେ ଆଜି ସୂଚନା ଦେଇଛନ୍ତି ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ।

ସୋମବାର ସେ କହିଛନ୍ତି ସାମ୍ପ୍ରଦାୟିକତା ମନୋଭାବ ହେଉଛି ଭାଇରସଠାରୁ ଭୟଙ୍କର। ଓଡ଼ିଶା ସାମ୍ପ୍ରଦାୟିକ ମନୋଭାବର ରାଜ୍ୟ ନୁହେଁ। ଓଡ଼ିଶାରେ ସାମ୍ପ୍ରଦାୟିକତାର କୌଣସି ସ୍ଥାନ ମଧ୍ୟ ନାହିଁ। ସେ କହିଲେ ଭକ୍ତ ସାଲବେଗ ଥରେ ରଥଯାତ୍ରା ସମୟରେ ବୃନ୍ଦାବନରେ ଅଟକି ଯାଇଥିଲେ। ରଥରେ ମହାପ୍ରଭୁଙ୍କୁ ଦେଖିବା ପାଇଁ ତାଙ୍କର ପ୍ରବଳ ଇଚ୍ଛା ଥିଲା। ତାଙ୍କ ଇଚ୍ଛା ପୂରଣ କରିବା ପାଇଁ ସାଲବେଗ ଆସିବା ପର୍ଯ୍ୟନ୍ତ ମହାପ୍ରଭୁ ରଥରେ ରହିଥିଲେ। ଏବେବି ରଥଯାତ୍ରା ସମୟରେ ପୁରୀର ବଳଗଣ୍ଡି ଛକଠାରେ ଭକ୍ତ ସାଲବେଗଙ୍କ ସମାଧି ନିକଟରେ ରଥ କିଛି ସମୟ ଅଟକେ।

Related Posts

About The Author

Add Comment