ଧର୍ମଶାଳା, ୯/୪ (ସନ୍ଧାନ ନିୟୁଜ) ଧର୍ମଶାଳା ବ୍ଲକ ମଧୁପୁରଗଡ ଗ୍ରାମପଂଚାୟତ ଅନ୍ତର୍ଗତ ମୌନାନନ୍ଦ ସରଶ୍ୱତୀ ଆଶ୍ରମ(ମୁନିବାବା ମଠ)ରେ ଜିଲ୍ଲା ଦୈବଜ୍ଞ ବ୍ରହ୍ମଣ ସମାଜ ପକ୍ଷରୁ ସାମୁହୁକ ବ୍ରତୋପନୟନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ ବୈଠକରେ ଅନୁଷ୍ଠାନ ପକ୍ଷରୁ ଅବସରପ୍ରାପ୍ତ ପ୍ରଫେସର ହରିହର ମହାପାତ୍ର ଅଧ୍ୟକ୍ଷତା କରିଥିଲେ । ଆଗାମି ୧୬ ।୫ଗୁରୁବାର ଦିନ ମଠ ପ୍ରାଙ୍ଗଣରେ ଏକ ସାମୁହିକ ବ୍ରତୋପନୟନ କରାଯିବା ନିମନ୍ତେ ସ୍ଥିର କରାଯାଇଛି । ଏହି ସଭାରେ ଉପଦେଷ୍ଠା ଭାବେ ମÿଠାଧିଶ ଗୌରାଙ୍ଗ ଦାସ,କାର୍ଯ୍ୟକାରୀ ସଭାପତି ପୁର୍ଣ୍ଣଚନ୍ଦ୍ର ନାୟକ,ସଂପାଦକ ଲକ୍ଷ୍ମୀଧର ନାୟକ,ଉପସଭାପତି ଶ୍ରୀ ଅଲେଖ ଚନ୍ଦ୍ର ପାଠକ,ଶିଶିର କୁମାର ନାୟକ,ମହେଶ୍ୱର ମହାପାତ୍ର,ରୁଦ୍ରନାରାୟଣ ପାଠକ,ପରମା ନନ୍ଦ ନାୟକ,ଶରତ ଚନ୍ଦ୍ର ନାୟକ,ପ୍ରଫୁଲ୍ଲ କୁମାର ନାୟକ,କୈଳାଶ ଚନ୍ଦ୍ର ନାୟକ,କୁଳମଣି ପଣ୍ଡିତଙ୍କୁ ନେଇ ଏକ କାର୍ଯ୍ୟକାରୀ କମିଟି ଗଠିତ ହୋଇଚି । ଉକ୍ତ ଦିନ ସମୁହ ବ୍ରତୋପୟନରେ ଭାଗନେବା ପାଇଁ କମିଟି ପକ୍ଷରୁ ସାଦର ନିମନ୍ତ୍ରଣ କରାଯାଇଛି । ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ କେତେକ ବିଶିଷ୍ଠ ଲୋକଙ୍କୁ ସମ୍ବର୍ଦ୍ଧୀତ କରାଯିବାର କାର୍ଯ୍ୟକ୍ରମ ସ୍ଥିର କରାଯାଇଛି ।
ସାମୁହିକ ବ୍ରତପୋନୟନ ପାଇଁ ପ୍ରସ୍ତୁତି ବୈଠକ
|
April 9, 2019 |