ଯାଜପୁର, ତା ୨୨ା୧୨ : ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ସଚିବ ତଥା ଯାଜପୁର ଜିଲ୍ଲାର ପାଇଁ ଅଧିକୃତ ନୋଡାଲ ଅପିଂସର ଭାଷ୍କରଜ୍ୟୋତି
ଶର୍ମା ଯାଜପୁର ଜିଲ୍ଲା ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟରେ ଯୋଗଦାନ ପୂର୍ବକ ଜିଲ୍ଲା ପରିଷଦ ସମ୍ମିଳନୀ ଗୃହରେ ଅନୁଷ୍ଠିତ ଜିଲ୍ଲା ସ୍ତରୀୟ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ । ଜିଲ୍ଲାପାଳ ଚଳ୍ରୱର୍ତୀ ସିଂହ ରାଠୋର ସଚିବଙ୍କୁ ଜିଲ୍ଲା ପ୍ରଶାସନ ତରପଂରୁ ସ୍ୱାଗତ ଜଣାଇବା ସହ ଜିଲ୍ଲାରେ ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ କରାଯାଉଥିବା ବିଭିନ୍ନ ଉନ୍ନୟନ ମୂଳକ ଯୋଜନା ଓ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ଦେଇଥିଲେ । ସଚିବ ଶ୍ରୀ ଶର୍ମା ଜିଲ୍ଳାରେ ୫ଞ ଅଧିନରେ ରୂପାନ୍ତରିତ ବିଦ୍ୟାଳୟ ଗୁଡିକର ତଥ୍ୟ ସଂପର୍କରେ ପଚାରି ବୁଝିଥିଲେ । ଜିଲ୍ଲା ପରିଷଦ ଅଧିନରେ ଚାଲିଥିବା ମନରେଗା କାର୍ଯ୍ୟକ୍ରମ, ଗ୍ରାମୀଣ ଆବାସ, ସ୍ୱଚ୍ଚ୍ଥ ଭାରତ, ମିଶନ ଶକ୍ତି, ଜୀବିକା ମିଶନ, ଓ ଡିଜିଟାଲ ସାକ୍ଷରତା ସମ୍ୱନ୍ଧୀୟ କାର୍ଯ୍ୟକ୍ରମର ଅଗ୍ରଗତି ସଂପର୍କରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଅଶୋକ କୁମାର ବେହୁରିଆ ତଥ୍ୟ ଉପସ୍ଥାପନ କରିଥିଲେ। ସେହିପରି ଉପଜିଲ୍ଲାପାଳ ଗୋପିନାଥ କୁଅଁର ଜିଲ୍ଲାରେ ହେଉଥିବା ଭୂ ଜମିଜମା ବନ୍ଦୋବସ୍ତ, ମିଉଟେସନ, କନଭରସେସନ ଆଦିର ତଥ୍ୟ ଉପସ୍ଥାପନ କରିଥିବା ବେଳେ ଲଘୁ ଖଣିଜ ଦ୍ରବ୍ୟ ଉତୋଳନରେ ରାଜସ୍ୱ ଆଦାୟ, ରୟାଲଟି, ଜୋରିମାନା ଏବଂ କ୍ୟାମ୍ପ କୋର୍ଟ ମାନଙ୍କରେ ଆଦାୟ କରାଯାଉଥିବା ରାଜସ୍ୱ୍ୱ ଉପରେ ସବିଶେଷ ବିବରଣୀ ଦେଇଥିଲେ । ସେହିପରି କୃଷି, ଉଦ୍ୟାନ କୃଷି, ପାନୀୟ ଜଳ, ସ୍ୱାସ୍ଥ୍ୟ ଓ ପରିମଳ ବିଭାଗ ଦ୍ୱାରା ଜିଲ୍ଲାରେ ଚାଲିଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମର ସମୀକ୍ଷା କରିବା ସହ
ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ସରକାରୀ ଯୋଜନାରେ ପ୍ରଶାସନିକ ଅଧିକାରୀମାନେ ସକରାତ୍ମକ ମନୋଭାବ ସହିତ ଉପଯୁକ୍ତ ସମନ୍ୱୟ ରକ୍ଷା ଉପରେ ଗୁରୁତ୍ୱାରୋପ କରିଥିଲେ । ଏଥି ସହିତ ଅନୁମୋଦନ କରାଯାଉଥିବା ବିଭିନ୍ନ ଯୋଜନାର ସୁପଂଳ ଯେପରି ତୃଣମୂଳ ସ୍ତରରେ ପହଂଚି ପାରିବ ସେଥିପାଇଁ ସମସ୍ତେ ଯତ୍ନବାନ ହେବା ଆବଶ୍ୟକ ବୋଲି ଉପସ୍ଥିତ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ । ଶେଷରେ ଜିଲ୍ଲାପାଳ ଶ୍ରୀ ରାଠୋର ଧନ୍ୟବଦ ଅର୍ପଣ କରିଥିଲେ । ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଦୁଃଖବନ୍ଧୁ ନାୟକ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଶିବାଶିଷ ମହାରଣା, ଜିଲ୍ଲାର ସମସ୍ତ ବି.ଡି.ଓ., ସମସ୍ତ ତହସିଲଦାର ଓ ଜିଲ୍ଲା ସ୍ତରୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।
ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ସଚିବଙ୍କ ଯାଜପୁର ଜିଲ୍ଲା ଗସ୍ତ
|
December 22, 2022 |
