କଟକ : କଟକ ସଦର କିଶନନଗର ଅଞ୍ଚଳର ଅଗ୍ରଣୀ ସାମାଜିକ ସଂଗଠନ “ବିପଦର ବନ୍ଧୁ ସେବା ସଂଗଠନ”ର ଏକ ବୈଠକ ସଭାପତି ଭୈରବ ଚନ୍ଦ୍ର ସେଠୀଙ୍କ ପୌରୋହିତ୍ୟରେ ମୁକ୍ତେଶ୍ୱର ମହାଦେବ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି | ନିୟମିତ ବିଭିନ୍ନ ମହତ୍ ସେବା କାର୍ଯ୍ୟସହ କିଶନନଗର ଅଂଚଳର ଜୈନିକ କର୍କଟ ରୋଗୀଙ୍କୁ ପଡି ସାମଗ୍ରୀ,ବସ୍ତ୍ର,ଶୁଖିଲା ଖାଦ୍ୟ ଓ ଆର୍ଥିକ ସହାୟତା ସଙ୍ଗଠନ ପକ୍ଷରୁ ପ୍ରଦାନ କରାଯାଇଛି | କାର୍ଯ୍ୟକ୍ରମରେ ସ୍ୱାମୀ ଅଦୈତା ନନ୍ଦ,ସମ୍ପାଦନ ସୁଧାକର ଦାସ, ସଭାପତି ବିଶିଷ୍ଟ ସାମ୍ବାଦିକ ଭୈରବ ସେଠୀ,ଅଜୟ ପଟ୍ଟନାୟକ,କାଙ୍ଗାଳି ଚରଣ ବେହେରା, କ୍ଷୀତିନ୍ଦ୍ର ମିତ୍ର, କୈଳାଶ ଦାସ,ଉମେଶ ପାଢ଼ୀ, ଜ୍ୟୋତି ପ୍ରକାଶ ମହାନ୍ତି,ପ୍ରଫୁଲ୍ଲ ପାତ୍ର, ଜବାର ଅଲ୍ଲୀ, ଆଲୋକ ମଣ୍ଡଳ, ସୁଧି ରଞ୍ଜନ ସେଠୀ, ବୁଲୁ ମୋହନ୍ତି,ଜୟନ୍ତୀ ପାତ୍ର ପ୍ରମୁଖ ବହୁ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ |
ସାମାଜିକ ସଙ୍ଗଠନ “ବିପଦର ବନ୍ଧୁ ସେବା ସଂଗଠନ” ପକ୍ଷରୁ ସଦର ମାଟିରେ ସେବାକାର୍ଯ୍ୟ
|
March 25, 2023 |



