କଟକ( ସନ୍ଧାନ ନିଉଜ) : ଆମ ମାତୃଭାଷା ଓ ଏହାର ଶବ୍ଦକୋଷ ବିଷୟରେ ଛୋଟ ପିଲା ମାନଙ୍କ ଜାଣିବା ଏବଂ ଓଡ଼ିଆ ଭାଷା ସାହିତ୍ୟର ଉନ୍ନତି ନିମନ୍ତେ ସାମାଜିକ ସଂଗଠନ “ସଞ୍ଜିବନୀ ସେବା ଫାଉଣ୍ଡେସନ” ପକ୍ଷରୁ ମାହାଙ୍ଗା ବ୍ଲକ ଅନ୍ତର୍ଗତ ଗୋପାଳପୁର ଗ୍ରାମ ପଞ୍ଚାୟତରେ ଥିବା ଚାରୋଟି ପ୍ରାଥମିକ ବିଦ୍ୟାଳୟ ଏବଂ ତିନୋଟି ଅଙ୍ଗନବାଡି କେନ୍ଦ୍ରର ଛାତ୍ରଛାତ୍ରୀଙ୍କୁ ଭକ୍ତକବି ମଧୁସୂଦନ ରାଓଙ୍କ ଦ୍ୱାରା ରଚିତ “ମଧୁ ଛବିଳ ବର୍ଣ୍ଣବୋଧ” ପୁସ୍ତକ ବଣ୍ଟନ କରାଯାଇ ଓଡ଼ିଆ ଭାଷା ସାହିତ୍ୟ ଅଧ୍ୟୟନ ପ୍ରତି ଗୁରୁତ୍ୱ ଦେବାକୁ ଫାଉଣ୍ଡେସନ ପକ୍ଷରୁ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରାଯାଇଛି l ଉକ୍ତ କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଭାପତି ଯୁବ କବି ସୌମ୍ୟ ରଞ୍ଜନ ଭୂୟାଁ,ସମ୍ପାଦକ ଯୁବ ପରିବେଶବିତ୍ ବିକ୍ରମ କେଶରି ନାଥ,କୋଷାଧକ୍ଷ ତ୍ରିନାଥ ମହାରଣା ସଦସ୍ୟ ସୁକାନ୍ତ ଶର୍ମା,ସାଗର ପ୍ରଧାନ,ବିଦ୍ୟାଳୟର ଶିକ୍ଷକ ଶ୍ରୀଯୁକ୍ତ ତ୍ରିଲୋଚନ ଦାସ, ବିରଞ୍ଚି ନାରାୟଣ ମିଶ୍ର,ଶିକ୍ଷୟତ୍ରୀ ରଶ୍ମି ଚାନ୍ଦ, ଅଙ୍ଗନବାଡି କର୍ମୀ କଲ୍ୟାଣୀ ସାହୁ,ମିନର୍ଭା ସ୍ୱାଇଁ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ l
ସାମାଜିକ ସଂଗଠନ ସଞ୍ଜିବନୀ ସେବା ଫାଉଣ୍ଡେସନ ପକ୍ଷରୁ “ଛବିଳ ମଧୁ ବର୍ଣ୍ଣବୋଧ” ପୁସ୍ତକ ବଣ୍ଟନ
|
May 14, 2023 |