ସାମାଜିକ କର୍ମୀ ଚିନ୍ମୟ ମହାପାତ୍ରଙ୍କ ବିୟୋଗରେ ଶୋକ

Spread the love

ରାଉରକେଲା, ୧୪/୦୮/୨୦ (ସନ୍ଧାନ ନିଉଜ) : ସାମାଜିକ କର୍ମୀ ଚିନ୍ମୟ ମହାପାତ୍ରଙ୍କ ଗତ ୫ ତାରିଖ ଦିନ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଯାଇଛି । ସ୍ୱର୍ଗତ ମହାପାତ୍ର ସାରନଗରୀ ତଥା ରାଉରକେଲାର ବହୁ ସାଂସ୍କୃତିକ,ଆଧ୍ୟାତ୍ମିକ,ସାମାଜିକ ଅନୁଷ୍ଠାନ ସହିତ ସକ୍ରିୟ ଭାବେ ଜଡ଼ିତ ଥିଲେ । ସ୍ୱର୍ଗତ ମହାପାତ୍ର ସାରନଗରୀ ଜଗନ୍ନାଥ ମନ୍ଦିରର ପ୍ରତିଷ୍ଠାତା ସଭ୍ୟ ଓ ସମ୍ପାଦକ ଭାବେ କାର୍ଯ୍ୟ କରିଥିଲେ । ସେ ଜଣେ ମେଳାପୀ,ଧର୍ମପରାୟଣ,ବନ୍ଧୁବତ୍ସଳ,ପରୋପକାରୀ ବ୍ୟକ୍ତି ଥିଲେ । ତାଙ୍କ ଦେହାନ୍ତରେ ସାରନଗରୀ ଶ୍ରୀଜଗନ୍ନାଥ ପରିଚାଳନା କମିଟିର ଗିରିଧାରୀ ସ୍ୱାଇଁ,ସୁବାଷ ପାତ୍ର ,ବିଜୟ ମହାନ୍ତି,ଦୀଲିପ ମଲ୍ଲିକ,ଜୟରାମ ସୂତାର,ସୃଜନୀ ସାହିତ୍ୟ ସଂସଦର ସମ୍ପାଦକ ରବିନ୍ଦ୍ର ବେହୁରିଆ,ବାଲିଯୋଡ଼ି ଗ୍ରାମ୍ୟ କମିଟି ପକ୍ଷରୁ ଡ଼ାକ୍ତର ଫକୀର ଚରଣ ହୋତୋ,କାହ୍ନୁ ଚରଣ ସୂତାର,ବିଦ୍ୟାଧର ରାଉତ,ସୁଶାନ୍ତ ମହାପାତ୍ର ଓ ଅନ୍ୟାନ୍ୟ ସାମାଜିକ ଅନୁଷ୍ଠାନ ପକ୍ଷରୁୁ ଶୋକ ପ୍ରକାଶ କରାଯାଇଛି । ତାଙ୍କର ଅ।ତ୍ମାର ସଦଗତି ନିମନ୍ତେ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିବା ସଙ୍ଗେ ସଙ୍ଗେ ତାଙ୍କ ପରିବାର ତଥା ବନ୍ଧୁବର୍ଗଙ୍କୁ ଏପରି ଦୁଃଖଦ ସମୟରେ ଧୌର୍ଯ୍ୟ ଓ ସାହାସ ଦେବାକୁ କାମନା କରାଯାଇଥିଲ।।

Related Posts

About The Author

Add Comment