ସାବତମାଆକୁ ମାରିଦେବା ଅଭିଯୋଗରେ ୨ ସାବତପୁଅଗିରଫ

Spread the love

ବାରିପଦା,ବେତନଟୀ,୧୬/୯/୨୦ (ସନ୍ଧାନ ନ୍ୟୁଜ୍/ଲିଙ୍ଗରାଜ ପଣ୍ଡା) : ବୈଶିଙ୍ଗା ଥାନା ଆମ୍ବଗଡ଼ିଆ ଗ୍ରାମରେ ସାବତପୁଅଙ୍କ ମାଡରେ ସାବତମାଅ ଘରଭିତରେ ପଡିରହି ଶୁକ୍ରବାର ରାତି ଜୀବନ ହରାଇଥିବା ଖବର ଜଣାପଡିବା ପରେ ବୈଶିଙ୍ଗା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲା । ଆମଗଡିଆ ଗ୍ରାମର ମଣ୍ଟୁ ସିଂ ତାର ପରିଣତ ବୟସରେ ବିବାହ କରିଥିଲେ ମଧ୍ୟ ଦୀର୍ଘଦିନ ଧରି କୌଣସି ପିଲା ନହେବାରୁ ସେ ସ୍ବାମୀଙ୍କୁ ଦ୍ବିତୀୟ ବିବାହ କରିବାକୁ ପରାମର୍ଶ ଦେଇଥିଲା । ମଣୁ ସିଂ ଦ୍ଵିତୀୟ ବିବାହ କରିବାପରେ ଦ୍ଵିତୀୟପତ୍ନୀଙ୍କ ଠାରୁ ୨ପୁଅ ଓ ଗୋଟିଏ ଝିଅ ଜନ୍ମ ନେଇଥିଲେ। ବିବାହବୟସ ହେବାରୁ ମଣୁ ସିଂ ଝିଅକୁ ବିବାହ ଦେଇଥିଲେ। ମାତ୍ର ୨ପୁଅ ବିବାହ ହେବା ସମୟକୁ ସେମାନଙ୍କୁ ମାଆ ଆରପାରିକୁ ଚାଲିଯାଇଥିଲେ। କିଛିଦିନ ଯିବାପରେ ମଣ୍ଟୁ ସିଂ ମଙ୍ଗୁଳୀ ସିଂ ନାମକ ଜଣେ ସନ୍ତାନ ଥିବା ମହିଳାଙ୍କୁ ତୃତୀୟ ବିବାହ କଲେ । ପ୍ରାୟ ୨/୩ବର୍ଷ ପୂର୍ବେ ଏହି ବିବାହ କରିବାପରେ ଘରେ ଅଶାନ୍ତି ଲାଗି ରହିଥିଲା । ଫଳରେ ଦୈନିକ ଝଗଡା ହେବାପରେ ୨ପୁଅ ବିଶ୍ବମ୍ବର(୨୪) ଓ ଜୟଦେବ(୨୨) ଅଲଗା ରହୁଥିଲେ । ମାତ୍ର ସେମାନେ ସାବତମାଆକୁ ସହ୍ୟ କରିପାରୁନଥିବାରୁ ଅଧିକାଂଶଦିନ ସେମାନଙ୍କ ମଧ୍ୟରେ ଝଗଡ଼ା ମଧ୍ୟ ହେଉଥିଲା । ଫଳରେ ଗତ ଗୁରୁବାର ରାତି ସାବତପୁଅ ବିଶ୍ବମ୍ବର ଓ ଜୟଦେବ ମଙ୍ଗୁଳିକୁ ମାଡମାରି ପଳାଇ ଯାଇଥିଲେ। ମାତ୍ର ଏହି ଘଟଣା ସମ୍ପର୍କରେ କେହି ଜାଣିପାରିନଥିଲେ। ଶୁକ୍ରବାର ମଙ୍ଗୁଳି ମୃତ୍ୟୁ ବରଣ କରିବା ପରେ ଏହି ଘଟଣା ଲୋକଲୋଚନକୁ ଆସିଥିଲା । ମଙ୍ଗୁଳି ମରିଯାଇଥିବା ଖବରପାଇ ବୈଶିଙ୍ଗାଥାନା ଅଧିକାରୀ ଲକ୍ଷ୍ମୀଧs ସ୍ବାଇଁ, ଏଏସଆଇ ସୁଶାନ୍ତ ମହାକୁଡ ପ୍ରମୁଖ ସଦଳବଳେ ଆମଗଡିଆ ଗ୍ରାମରେ ପହଞ୍ଚି ତଦନ୍ତ ଆରମକରିଥିଲେ । ଘର ଭିତରୁ ମୃତକକୁ ଉଦ୍ଧାର କରି ବାହାରକୁ ଆଣିଥିଲେ । ମୃତକଙ୍କ ଶରୀରରେ ଥିବା କ୍ଷତଚିହ୍ନକୁ ଦେଖୁ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ତଦନ୍ତକାରୀ ଅଧୁକାରୀ ଜାଣିବାକୁ ପାଇଥିଲେ ପୁଲିସ ମୃତକଙ୍କ ଦିତୀୟ ସ୍ବାମୀଙ୍କ ଠାରୁ ଘଟଣା ସମ୍ପର୍କରେ ଜାଣିବାପରେ ବିଶ୍ଵମର ଓ ଜୟଦେବକୁ ସେମାନଙ୍କ ଘରୁ ଉଠାଇଆଣି ପଚରା ଉଚରା କରିଥିଲେ। ସେମାନଙ୍କ କଥାରେ ପୁଲିସକୁ ସନ୍ଦେହ ହେବାରୁ ପୁଲିସ ସେମାନଙ୍କୁ ଗିରଫ କରି ଥାନାକୁ ଆଣିଥିଲା । ପୁଲିସ ସେମାନଙ୍କ ୨ଜଣ ସହଯୋଗୀ ଆମଗଡିଆ ଗ୍ରାମର ଦାସ ସିଂ ଓ ବୁଆ ସିଂଙ୍କୁ ଅଟକ ରଖ୍ ତଦନ୍ତ ଚଳାଇଛି। ଘଟଣା ସମ୍ପର୍କରେ ଜାଣିବାପରେ ବେତନଟୀ ଏସଡିପିଓ ଲଳିତ କୁମାର ପଟ୍ଟନାୟକ ଶନିବାର ଅପରାହ୍ନରେ ବୈଶିଙ୍ଗା ଥାନାରେ ପହଞ୍ଚି ଅଭିଯୁକ୍ତ ୨ଭାଇକୁ ପଚରା ଉଚରା କରିଥିଲେ। ସେମାନେ ବାଡ଼ିରେ ପିଟି ସାବତମାଆକୁ ମାରିଦେଇଛନ୍ତି ବୋଲି ଜଣା ପଡିବା ପରେ ପୁଲିସ ସେମାନଙ୍କୁ ଗିରଫକରି ତଦନ୍ତ ଚଳାଇଛି । ଥାନାଧିକାରୀ ଶ୍ରୀ ସ୍ୱାଇଁ ଏହି ଘଟଣାର ତଦନ୍ତ କରୁଥିବା ଜଣାଯାଇଛି ।

Related Posts

About The Author

Add Comment