ସାପ କାମୁଡ଼ାରେ ଯୁବକଙ୍କର ମୃତ୍ୟୁ

Spread the love

ଜେନାପୁର/୦୬/୦୬/ସନ୍ଧାନ ନିଉଜ୍)ଧର୍ମଶାଳା ବ୍ଲକ ଅନ୍ତର୍ଗତ ଜେନାପୁର ଥାନା ଅଧୀନ କବାଟବନ୍ଧ ଗ୍ରାମପଞ୍ଚାୟତର କବାଟବନ୍ଧ ଗ୍ରାମର କୁମ୍ଭାର ସାହି ଉଦ୍ଧବ ବେହେରାଙ୍କ ପୁତ୍ର ସୁରେନ୍ଦ୍ର ବେହେରା (ଅରୁ ) ୩୧ ବୋଲି ଜଣା ପଡିଛି! ସୂଚନା ମୁତାବକ ଅତ୍ୟଧିକ ଗରମ ହେବାରୁ ସୁରେନ୍ଦ୍ର ଘର ବାହାରେ ବିଳମ୍ବିତ ରାତିରେ ସୋଇଥିବା ଅବସ୍ଥାରେ ଏକ ବିଷଧର ସାପ କାମୁଡି ଦେଇଥିଲା !ମୁଣ୍ଡ ବୁଲାଇବା, ବାନ୍ତି ହେବାରୁ ତାଙ୍କୁ ସଙ୍ଗେ ସଙ୍ଗେ ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ନେଇଥିଲେ! ସେଠାରେ ଶଙ୍କଟାପନ ହେବାରୁ ତାଙ୍କୁ କଟକ ବଡ ଡାକ୍ତର ଖାନାକୁ ନେଇଯାଇଥିଲେ!ଡାକ୍ତର ସେଠାରେ ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ! ସେ ଜଣେ ଟାଟା ପ୍ଲାଣ୍ଟରେ ଡ୍ରାଇଭର ଭାବରେ କାର୍ଯ୍ୟ କରୁଥିଲେ !ତାଙ୍କର ମୃତ୍ୟୁ ଖବର ଶୁଣି ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା !

Related Posts

About The Author

Add Comment