ବ୍ରହ୍ମପୁର, ୨୩/୯ (ସନ୍ଧାନ ନିୟୁଜ) – କୋଦଳା ଏନଏସି ଅନ୍ତର୍ଗତ ବି. ନୂଆପଲି ଗ୍ରାମରେ ଏକ ବିଷଧର ସାପ କାମୁଡିରେ ଗୋଟିଏ ପରିବାରର ମା ଓ ଗୋଟିଏ ପୁଅର ମୃତ ହୋଇଛି l ମୃତକ ହେଲେ ମା ମନାସ ପରିଡା (30)ଏବଂ ତାଙ୍କ ପୁଅ ଆଶିଷ ପରିଡା (6) ରାତ୍ର ଶୋଇଥିବା ସମୟରେ ଏକ ବିଷଧର ସାପ କାମୁଡି ଥିଲା ଯାହାଫଳରେ ସେମାନଙ୍କୁ କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା l ସେଠାରେ ମନାସ ଓ ପୁଅ ଆଶିଷଙ୍କ ଅବସ୍ଥା ଗୁରୁତର ହେବାରୁ ଡାକ୍ତର ତାଙ୍କୁ ବ୍ରହ୍ମପୁର ସ୍ଥାନାନ୍ତରିତ କରିଥିଲେ l ସେଠାରେ ମା ଓ ପୁଅଙ୍କ ମୃତ୍ୟୁ ହୋଇଛି l ଶବ ବ୍ୟବଚ୍ଛେଦ ପାଇ ପଠାହୋଇଛି l ଏହି ଭଳି ଦୁଃଖଦ ଘଟଣା ଗ୍ରାମରେ ଶୋକାକୁଳ ପରିବେଶ ଦେଖାଦେଇଛି l



