ସାପ କାମୁଡ଼ାରେ ଦୁଇ ଯାଁଳା ଭଉଣୀ ମୃତ

Spread the love

ଅନୁଗୁଳ,  ୨୩/୯ (ସନ୍ଧାନ ନିଉଜ) : ଅନୁଗୁଳ ବେନ୍ତପୁର ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ବିଷାକ୍ତ ସାପ କାମୁଡ଼ାରେ ଦୁଇ ଯାଁଳା ଭଉଣୀଙ୍କ ମୃତ୍ୟୁ ହୋଇଛି। ଦୁଇ ଭଉଣୀ ହେଲେ ବେନ୍ତପୁରର ସୁମନ୍ତ ସାହୁଙ୍କ ଯାଁଳା ଝିଅ ସୁଜାତା ଓ ରୋଜାଲିନ। ସେମାନଙ୍କ ବୟସ ୧୨ ବର୍ଷ ବୋଲି ଜଣାପଡ଼ିଛି। ଘରେ ଶୋଇଥିବା ସମୟରେ ରବିବାର ବିଳମ୍ବିତ ରାତିରେ ଉଭୟଙ୍କୁ ସାପ କାମୁଡ଼ିଥିଲା। ସେମାନଙ୍କୁ ଗୁରୁତର ଅବସ୍ଥାରେ କଟକ ନେବା ବାଟରେ ସେମାନଙ୍କ ମୃତ୍ୟୁ ହୋଇଛି ବୋଲି ସୂଚନା ମିଳିଛି।

Related Posts

About The Author

Add Comment