ସାପ କାମୁଡାରେ ମହିଳାଙ୍କ ମୃତୁ୍ୟ

Spread the love

ଚଣ୍ଡିଖୋଲ, ୦୨/୦୪ (ସନ୍ଧାନ ନିୟୁଜ) : ବଡଚଣା ବ୍ଳକ ଅନ୍ତର୍ଗତ ସୁଙ୍ଗୁଡା ପଂଚୟାତ କୁମ୍ଭାରସାହ ଗ୍ରାମର ରାଇଚରଣ ବେହେରାଙ୍କ ପତ୍ନୀ କାମିନୀ ବେହେରା(୬୧)ଙ୍କର ଶୁକ୍ରବାର ଦିନ ସାପକାମୁଡାରେ ମୃତୁ୍ୟ ହୋଇଛି । ଗ୍ରାମ ନିକଟରେ ଥିବା ହାଇଲେବୁଲଲ କେନାଲକୁ ଯାଇଥିବା ସମୟରେ କୌଣସି ଏକ ବିଷଧର ସାପ ତାଙ୍କ ଗୋଡକୁ କାମୁଡିଥିଲା । ପରିବା ରଲୋକେ ତାଙ୍କୁ ପ୍ରଥମେ ବଡଚଣାସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇ ଚିକିସôା କଲା ପରେ ଅବସ୍ଥା ସଙ୍କମ୍ପନ୍ ଥିବାରୁ ତାଙ୍କୁ କଟକ ବଡ ମେଡିକାଲୁ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ପହଂଚିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଶବ ବ୍ୟବଛେଦ ପରେ ତାଙ୍କୁ ଗ୍ରାମ ନିକଟ ଶ୍ମଶାନରେ ଶବଦାହ କରାଯାଇଥିଲା । ଶ୍ରୀମତୀ ବେହେରାଙ୍କ ମୃତୁ୍ୟ ଖବର ପାଇଲା ପରେ ପୂର୍ବତନ ସରପଂଚ ଅକ୍ଷୟ ସ୍ୱାଇଁ, ସମିତି ସଭ୍ୟ ପ୍ରିତମ ନାୟକ, ପ୍ରମୋଦ ଜେନା, ଅସିମଉଦ୍ଦିନ ଖାଁ, କିଶୋରେ ପଲେଇ, ଛବିନେ୍ଦ ବାରିକ ପ୍ରମୁଖ ଶୋକ ସନ୍ତପ ପରିବାରକୁ ସମବେଦନା ଜଣାଇଛନ୍ତି ।

Related Posts

About The Author

Add Comment