ସାଧାରଣ ଲୋକଙ୍କୁ ପାଠ ପଢ଼ାଉଛନ୍ତି ଏଟିମ୍ ସିକ୍ୟୁରିଟି ଗାର୍ଡ

Spread the love
ଚାନ୍ଦବାଲି, 22/05 (ସନ୍ଧାନ ନ୍ୟୁଜ୍/ପ୍ରଶାନ୍ତ ବାରିକ୍) ଗତ ବୁଧ ବାରଦିନ ସକାଳ ପ୍ରାୟ ୫.୪୫ ମିନିଟ୍ ହେବ ଆମ ସନ୍ଧାନ ନ୍ୟୁଜ୍ ଚାନ୍ଦବାଲି ରିପୋ୍ଟର ପ୍ରଶାନ୍ତ ବାରିକ୍ ଏବଂ ତାଙ୍କ ଭାଇ କୌଣସି ଜରୁରୀ କାମ ପାଇଁ ଟଙ୍କା ଉଠାଇବା ପାଇଁ ବେତଳି ଗାଁ ବଜାର ସ୍ଥିତ ଏସ୍ ବି ଆଇ ଏଟିମ୍ କୁ ଯାଇଥିଲେ। ଏଟିଏମ୍ ଟି ରେ ପ୍ରାୟ ଲବେ ଭାଗ ସ ଟ୍ ର ବନ୍ଧ୍ ଥିଲା। ପ୍ରଥମେ ପ୍ରଶାନ୍ତ ତାଙ୍କ ଭାଇ ଙ୍କୁ ଟଙ୍କା ଉଠାଇବା ପାଇଁ କହିଥିଲେ। ଏଟିମ୍ ବନ୍ଧ୍ ଥିବାରୁ ପ୍ରଥମେ ଡାକିଥିଲେ ଭିତରେ କିଏ ଅଛନ୍ତି ଖୋଲି ବାକୁ କହିଥିଲେ କିନ୍ତୁ ଭିତର ପାଖରୁ ଏଟିମ୍ ର ରାତ୍ରି କାଳୀନ ସି ଏମ୍ ସ୍ କମ୍ପାନୀ ର ସିକୁରିଟି ସିଧସଳଖ ମନା କରିଦେଇଥିଲେ ଏଟିମ୍ ରେ ପଇସା ନାହିଁ ବୋଲି ପରେ ଆମ ପ୍ରତିନିଧି ନିଜେ ଯାଇ ପଚାରିବାରୁ ଭିତର ର ପାଖରୁ ମଧ୍ୟ ଏକା ଜବାବ୍ ମିଳିଥିଲା। କିନ୍ତୁ ଆମ ପ୍ରତିନିଧି ଭିତରେ କିଏ ଅଛ ବାହାରକୁ ଆସିବାକୁ କହିଥିଲେ। ପ୍ରାୟ ଦଶ ରୁ ଉର୍ଦ୍ଧ୍ବ ମିନିଟ୍ ଅପେକ୍ଷା ପରେ ଦୁଇଜଣ ବ୍ୟକ୍ତି କୌଣସି ସିକୁରିଟି ଡ୍ରେସ୍ ନ ପିନ୍ଧି ଖୋଲା ଦେହରେ ବାହାର କୁ ଆସିଥିଲେ। ପ୍ରଶାନ୍ତ ତାଙ୍କୁ ଏଟିମ୍ କଣ୍ ପାଇଁ ବନ୍ଧ୍ ଅଛି ପଚାରିବାରୁ ଜଗୁଆଳି ମହାଶୟ ଲକ୍ ଡାଉନ୍ ରେ ଏଟିମ୍ ଖୋଲା ଜୀବନୀ କରି ଆମ ପ୍ରତିନିଧି ଙ୍କୁ ପାଠ ପଢ଼ାଇ ଥିଲେ। ଦୁଇ ଜଣ ଙ୍କୁ ସିକୁରିଟି ପରିଚୟ ପତ୍ର ମାଗିବାରୁ ଜଣେ ଦେଖାଇଥିଲେ। ଅନ୍ୟ ଜଣ ତାଙ୍କ ର ଭାଇ ବୋଲି ପରିଚୟ ଦେଇଥିଲେ। ସଟ୍ ଡାଉନ୍ ରେ” ଛ” ଟା ପୂର୍ବରୁ ଏଟିମ୍ ଖୋଲା ଜୀବନୀ କହି ବାରମ୍ବାର ଅଯଥା ଯୁକ୍ତି କରିଥିଲେ। ଏହା ପରେ ମଧ୍ୟ ଟଙ୍କା ନଥିବା କଥା କହୁ ଥିବାରୁ। ଆମ ପ୍ରତିନିଧି ମଧ୍ୟ ପାଞ୍ଚ ହଜାର ଉଠାଇ ଥିଲେ। ଏବଂ ଟଙ୍କା ନ ଥିବା କଥା ପଚାରିବାରୁ ମହାଶୟ ସିଧା ମନା କଲେ ସଟଡାଉନ ରେ ସକାଳୁ  ଏଟିମ୍ ଖୋଲା ଜୀବନୀ କହି ଆରାମ ରେ ଏସି ରେ ଶୋଇ ରହୁଛନ୍ତି ସିକ୍ୟୁ ରିଟି ମହାଶୟ। ଏବଂ ଆହୁରି ମଧ୍ୟ ଜୋର୍ ଦମ୍ଭ ର ସହ କହିଛନ୍ତି ଯାଇ ଭଦ୍ରକ ରେ ଏସ ବି ଆଇ ର ମୁଖ୍ୟ ପରିଚାଳକ ଙ୍କୁ ପଚାରି ଆସିବାକୁ। ଭଦ୍ରକ ର ବ୍ୟାଙ୍କ୍ ମ୍ୟାନେଜର ଙ୍କ ସହ ଯୋଗା ଯୋଗ୍ କରିବାରୁ ସେ ସିଧା ମନା କରିଥିଲେ ଏଭଳି କୌଣସି ନିୟମ ଲାଗୁହୋଇନି। ଯଦି ଦିନ ଦି ପହରେ ସିକୁରିଟି ମହାଶୟ ସାମ୍ବାଦିକ ମାନଙ୍କୁ ପାଠ ପଢ଼ାଇ ପାରୁଛନ୍ତି ତାହେଲେ ଜଣେ ସାଧାରଣ ଲୋକ ଯଦି ରାତି ଅଧରେ ମେଡିକାଲ୍ ଅସୁବିଧା ପାଇଁ ଟଙ୍କା ଉଠାଇବାକୁ ଆସେ ମହାଶୟ କଣ୍ କହି ଘୋଡାଉ ଥିବେ। ଏହି ଖବର ବ୍ୟାଙ୍କ୍ ମ୍ୟାନେଜର ଙ୍କ ଦ୍ଵାରା ସି ଏମ୍ ସ୍ ସିକ୍ୟୁରି ଟି ସଂସ୍ଥା ର ମୁଖ୍ୟ ଙ୍କ ସ ହ ଆଲୋଚନା କରିବାରୁ ଉକ୍ତ ସିକ୍ୟୁରିଟି ଜଣଙ୍କ ଆମ ପ୍ରତିନିଧି ଙ୍କୁ ଫୋନ୍ ଯୋଗେ କ୍ଷମା ମାଗିବା ସହ ଭବିଷ୍ୟତ ରେ କୌଣସି ସନସାଧରଣ ଙ୍କୁ ଏଭଳି ହଇରାଣ ହରକତ କରିବେ ନାହିଁ ବୋଲି କହି ପ୍ରତିଶ୍ରୁତି ଦେବା ସହ ନିଜର ଦୋଷ ସ୍ବୀକାର କରିଥିଲେ।

Related Posts

About The Author

Add Comment