ସାତକୋଶିଆରେ କୁମ୍ଭୀର ଗଣନା ସରିଲା; ୧୧୦ ମଗର ଓ ୧୩ ଘଡିଆଳ ଚିହ୍ନଟ

Spread the love

ଅନୁଗୋଳ,୧୯/୧ (ସନ୍ଧାନ ନିୟୁଜ): ଅନୁଗୋଳ ଜିଲ୍ଲାର ସାତକୋଶିଆରେ କୁମ୍ଭୀର ଗଣନା ସରିଯାଇଛି ।ଚଳିତବର୍ଷ ସାତକୋଶିଆରେ ୧୧୦ ମଗର ଓ ୧୩ ଘଡିଆଳ ଏହିପରି ସମୁଦାୟ ୧୨୩ଟି କୁମ୍ଭୀର ଅଛନ୍ତି ବୋଲି ପ୍ରକଳ୍ପ ନିର୍ଦ୍ଦେଶକ ସୁଦର୍ଶନ ପଣ୍ଡା ପ୍ରକାଶ କରିଛନ୍ତି l ଆଠମଲ୍ଲିକ ବନଖଣ୍ଡ ଚଣାଗୋଡି ନାଳଠାରୁ ବାଲିପୁଟ ସୁହାଗିନାଳୀ ପର୍ଯ୍ୟନ୍ତ କୁମ୍ଭୀର ଗଣନା ହେବାସହ ମହାନଦୀ ଗଣ୍ଡ,ବାଲିପଠା ବିଭିନ୍ନ ପୋଖରୀ,ଜଳାଶୟରେ କୁମ୍ଭୀରଙ୍କ ଉପସ୍ଥିତି ଦେଖାଯାଇଥିଲା। ମହାନଦୀ ଗଣ୍ଡ ବାଲିପଠାରେ ଗତବର୍ଷ ୭୧ ଟି ମଗର ଥିବାବେଳେ ଚଳିତବର୍ଷ ଆଉ ଅଧିକ ୫ଟି ମଗର ଅର୍ଥାତ ୭୬ ଟି ମଗର ଅଛନ୍ତି। ଆଠମଲ୍ଲିକ ମାନଯୋର ଜଳସେଚନ ପ୍ରକଳ୍ପ, କଦଳୀ ଖୋଲା ଆଦି ବିଭିନ୍ନ ଜଳାଶୟରେ ଗତବର୍ଷ ୧୮ଟି ମଗର ଥିବାବେଳେ ଚଳିତବର୍ଷ ଅଧିକ ୧୦ଟି ଅର୍ଥାତ ୨୮ଟି ଏହିପରି ସମୁଦାୟ ୧୧୦ଟି ମଗର ବୋଲି ସୂଚନା ମିଳିଛି । ସେହିପରି ଘଡ଼ିଆଳ ୧୩ଟି ଆକଳନ କରାଯାଇଛି।ମହାନଦୀ ଗଣ୍ଡରେ ଗତବର୍ଷ ୭ଟି ଥିବାବେଳେ ଚଳିତବର୍ଷ ୮ଟି ଘଡିଆଳ ରହିଛନ୍ତି ।ମିନି ଚିଡିଆଖାନାରେ ୫ଟି ଘଡିଆଳ ରହିଥିବା ଜଣାପଡିଛି ।

ଅଜିତ କୁମାର ବେହେରା

Related Posts

About The Author

Add Comment