ସାଇ ସ୍ୱରୁପା ହତ୍ୟାକାଣ୍ଡ ସନ୍ଦେହ ଘେରରେ

Spread the love

ଯାଜପୁର ସଦର, ୧୯.୧୨.୨୦୨୨ (ସନ୍ଧାନ ନିଉଜ): ଯାଜପୁର ଜିଲ୍ଲାରେ ଏପରି ଘଟଣା ଦେଖିବାକୁ ମିଳିଚି । ପ୍ରେମ ଘଟଣାକୁ କେନ୍ଦ୍ରକରି ଜନେ ଦଶମ ଶ୍ରେଣୀ ଛାତ୍ରୀ ସାଇ ସ୍ୱରୁପା ରାଉତ ପ୍ରେମିକ ହତ୍ୟା କରିଥିବାକୁ ନେଇ ହତ୍ୟାକାଣ୍ଡ ସନ୍ଦେହ ଘେରରେ ରହିଥିବା ବେଳେ, ବଡ଼ଚଣା ବ୍ଲକ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳେଇ ଦେଇଚି । ଘଟଣାରୁ ପ୍ରକାଶ ଯେ, ବଡ଼ଚଣା ବ୍ଲକ ଅନ୍ତର୍ଗତ ବଡ଼ବାଲିକୁଦା ପଂଚାୟତ ବଡ଼ବାଲିକୁଦା ଗ୍ରାମର ପଙ୍କଜ ରାଉତଙ୍କ ଝୀଅ ସାଇ ସ୍ୱରୁପା ରାଉତ ବାଞ୍ଛାବଟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମଧ୍ୟରେ ହତ୍ୟା ହେବା ଘଟଣା ଚହଳ ପକାଇଚି । ଏଠାରେ ସୂଚନା ଯୋଗ୍ୟ ଯେ, ବଡ଼ବାଲିକୁଦା ଗ୍ରାମର ସୁବାଷ ବିଶ୍ୱାଳଙ୍କ ପୁଅ ସାଗର ବିଶ୍ୱାଳ(୨୦) ସାଇ ସ୍ୱରୁପାକୁ ଭଲ ପାଉଥିଲା । ସାଇ ସ୍ୱରୁପା ବାଞ୍ଛାବଟ ଉଚ୍ଚ ବିଦ୍ୟାଳୟରେ ଦଶମ ଶ୍ରେଣୀରେ ପଡ଼ୁଥିବା ବେଳେ, ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ଗତ ଶିନିବାର ଦିନ ସଂଧ୍ୟାବେଳରୁ କେଉଁଆଡ଼େ ଚାଲିଯାଇଥିବା ବେଳେ, ବାପା ପଙ୍କଜ ରାଉତ ବହୁତ ଖୋଜା ଖୋଜି କରିଥିଲେ । ଝୀଅକୁ ନପାଇବାରୁ ପଙ୍କଜ ରାଉତ ଚିନ୍ତାରେ ରହିଥିବା ବେଲେ, ଏନେଇ ବାଲିଚନ୍ଦ୍ରପୁର ଥାନାରୁ ଫୋନ ଆସିବାରୁ ତୁମ ଝୀଅ ବାଞ୍ଛାବଟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅଛିବୋଲି ପୋଲିସ କହିାରୁ ସାଇ ସ୍ୱରୁପାର ବାପା ବିଦ୍ୟାଳୟକୁ ଯାଇଥିଲେ । ବିଦ୍ୟାଳୟକୁ ଯାଇ ଝୀଅ ବେକରେ ରସି ଲାଗିଥିବା ବେଳେ, ଝୀଅ ତଳେ ବସିଥିବା ପଙ୍କଜ ଦେଖିବାକୁ ପାଇଥିଲେ । ସାଇ ସ୍ୱରୁପାର ପ୍ରେମିକ ସାଗର ବାଲିଚନ୍ଦ୍ରପୁର ଥାନାକୁ ଆମେ ଆତ୍ମହତ୍ୟା କରୁଚୁ ବୋଲି ଫୋନ କରିଥିଲେ । ଏଠାରେ ପ୍ରଶ୍ନ ଉଠେ ଯେ, ସାଇ ସ୍ୱରୁପା ବେକରେ ରସି ଥିବା ବେଳେ, ତଳେ ବସିଥିବା ସମୟରେ ପ୍ରେମିକ ସାଗର ରସିର ଅନ୍ୟ ପାଖରେ ଉପରୁକୁ କେମିତି ଗଲା । ଏହା ମଧ୍ୟ ସନ୍ଦେଷ ପରିଶରରକୁ ଆସିଚି । ଆମ ଜିଲ୍ଲା ପ୍ରତିନିଧି ସାଇ ସ୍ୱରୁପା ବାପାକୁ ପଚାରିବାରୁ ମୋ ଝୀଅକୁ ସୁକଳ୍ପିତ ଭାବେ ହତ୍ୟା କରିଯାଇଚି ବୋଲି ସୂଚନା ଦେଇଥିଲେ । ଏନେଇ ବାଲିଚନ୍ଦ୍ରପୁର ଥାନାରେ ପଙ୍କଜ ରାଉତ ଝୀଅକୁ ହତ୍ୟା କରାଯାଇଥିବା ଏତଲା କରିବା ପରେ ଏତଲାକୁ ଭିତ୍ତିକରି ବାଲିଚନ୍ଦ୍ରପୁର ଆଇଆଇସି ରମାକାନ୍ତ ମୁଦୁଲି ଆସାମୀ ସାଗର ବିଶ୍ୱାଳକୁ ଅକଟ ରଖିବା ସହିତ ସାଇ ସ୍ୱରୁପା ଶବକୁ ଜବତ କରି ପୋଷ୍ଟବଟମ ପାଇଁ ବଡ଼ଚଣା ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ । ପୋଷ୍ଟବଟମ କରାଯିବା ପରେ ନିଜଗ୍ରାମ ବଡ଼ବାଲିକୁଦାକୁ ଶବ ଅଣାଯାଇ ଶବ ସସ୍କାର କରାଯାଇଥିଲା । ଏହି ଘଟଣାକୁ ନେଇ ଆମପ୍ରତିନିଧି ବାଲିଚନ୍ଦ୍ରପୁର ଆଇଆଇସିଙ୍କୁ ପଚାରିବାରୁ ତଦନ୍ତ କରାଯିବା ସହିତ କେଶ କରାଯାଇଚି ସାଇ ସ୍ୱରୁପା ଘରୁ ଯିବା ବେଳେ, ସ୍ୱର୍ଣ୍ଣ ଅଙ୍କାର ସହିତ ୩୦ ହଜାର ଟଙ୍କା ନେଇଥିବା ପଙ୍କଜ ଅଭିଯୋଗ କରିଛନ୍ତି । ଏହି ଘଟଣାକୁ ନେଇ ସାଇ ସ୍ୱରୁପା ଆତ୍ମହତ୍ୟା କରିଚି ନା ତାକୁ ହତ୍ୟା କରାଯାଇଚି ତହା ମଧ୍ୟ ସନ୍ଧେହ ପରିଶରରେ ରହିଚି । ବାଲିଚନ୍ଦ୍ରପୁର ଆଇଆସି ସୂଚନା ଦେଇଛନ୍ତି ।

Related Posts

About The Author

Add Comment