ଯାଜପୁର ସଦର, ୧୦ା୧୦: ମାନ୍ୟବର ମୁଖ୍ୟମନ୍ତ୍ରୀ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ସାଇବର କ୍ରାଇମକୁ ରୋକାଯିବା ପାଇଁ ବିଭିନ୍ନ ଥାନା ପକ୍ଷରୁ କାର୍ଯ୍ୟକ୍ରମ ଅନୁଷ୍ଟିତ କରାଯାଉଥିବା ବେଳେ, ଏହି ଅବସରରେ ରସୁଲପୁର ବ୍ଲକ ଅନ୍ତର୍ଗତ ବ୍ରହ୍ମବରଦା ଥାନା ପୋଲିସ ପକ୍ଷରୁ ସାଇବର ଠାରୁ ଦୂରେଇ ରହିବା ଲାଗି ବ୍ରହ୍ମବରଦା ଥାନା ଅଧିକାରୀ ଶରତ ନାୟକଙ୍କ ତତ୍ୱାବଧାନରେ ସାଇବର ସୁରକ୍ଷା ସଚେତନ କାର୍ଯ୍ୟକ୍ରମ ଅନୁଷ୍ଟିତ କରାଯାଇଥିଲା । ବ୍ରହ୍ମବରଦା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଡିଗ୍ରୀ ମହାବିଦ୍ୟାଳ ପରିଶସରେ ସଚେତନତା ରଥ ପହଁଞ୍ôଚ ଥିବା ବେଳେ, ବ୍ରହ୍ମବରଦା ଥାନା ଆଇଆଇସି ଶରତ ନାୟକ ଏସଆଇ ବିଭୁତି ମହାପାତ୍ର ଥାନାର କର୍ମଚାରୀ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିବା ବେଳେ, କଲେଜ ପରିଶରରେ ସଚେତନ ରଥକୁ ସ୍ୱାଗତ କରାଯିବ ସହିତ ଜିଲ୍ଲା ପୋଲିସ ମୁଖ୍ୟ କାର୍ଯ୍ୟାଳୟର ଏସ୍ଆଇ ଅସିତ ବଳବନ୍ତ ରାୟ ଉପସ୍ଥିତ ରହିଥିବା ବେଳେ, ଡିଗ୍ରୀ ମହାବିଦ୍ୟାଳୟର ସଂଯୋଜକ ବାଲୁଲି ରଣାଙ୍କ ଉପସ୍ଥିତି ଛାତ୍ର ଛାତ୍ରୀ ଉପସ୍ଥିତ ରହି ସାଇବର ଠକେଇ ହେଉଥିବା ଏବଂ ଏହାର ନିରାକରଣ ବିଷୟରେ ଜନସାଧାରଣଙ୍କୁ ଅବଗତ କରାଯାଇଥିଲା । ସେହିପରି ବନ୍ଧଡିହ ପଂଚାୟତ ବନ୍ଧଡିହ ହାଟଠାରେ ସାଇବର ରଥକୁ ଜନସାଧାରଣଙ୍କ ତରଫରୁ ସ୍ୱାଗତ କରାଯିବା ସହିତ ବ୍ରହ୍ମବରଦା ଥାନା ପକ୍ଷରୁ କରାଯାଉଥିବା ସାଇବର ସଚେତ ରହିବା ପାଇଁ ସାଇବର ରଥ ପହଁଞ୍ôଚବା ପରେ ସ୍ୱାଗତ କରାଯାଇଥିଲା । ସେହିପରି ବ୍ରହ୍ମବରଦା ବ୍ୟାଙ୍କ ଛକଠାରେ ପଥପ୍ରାପ୍ତ ସଭାମାଧ୍ୟମରେ ବ୍ରହ୍ମବରଦା ପୋଲିସ ପକ୍ଷରୁ ସଚେତନ କରାଯାଇଥିବା ବେଳେ, ଥାନା ଅଧିକାରୀ ଶରତ ନାୟକ ବେନାମୀ ଫୋନ କଲକୁ ବ୍ୟବହାର ନକରିବା ପାଇଁ ନିବେଦନ କରିଥିଲେ । ଯାହାକି ସାଇବର ଠକମାନଙ୍କ ଠାରୁ ରକ୍ଷା ପାଇଁ ଡେବିଟକାର୍ଡ, ଫୋନପେ, ଗୁଗୁଲ ପେ ଏବଂ ନିଜର ବ୍ୟାଙ୍କ ଏକାଉଣ୍ଟ ନମ୍ବର ଅଜଣା ଲୋକଙ୍କୁ ନଦେବାପାଇଁ ସଚେତନ ରହିବା ପାଇଁ କାର୍ଯ୍ୟକ୍ରମର ରାଜ୍ୟ ସରକାରଙ୍କ ପକ୍ଷରୁ ସଚେତନ କରାଯାଉଚି । ପୋଲିସ ସୂଚନା ଦେଇଥିଲେ ।
ସାଇବର ଠାରୁ ସଚେତନ ରହିବା ପାଇଁ କାର୍ଯ୍ୟକ୍ରମ ଅନୁଷ୍ଟିତ
|
October 12, 2023 |