ସାଂସଦ ପଦରୁ ଇସ୍ତଫା ଦେଲେ ବୈଜୟନ୍ତ ପଣ୍ଡା !

Spread the love

ଭୁବନେଶ୍ୱର:(ସନ୍ଧାନ ନିୟୁଜ୍) ଶେଷରେ ସାଂସଦ ପଦରୁ ଇସ୍ତଫା ଦେଲେ ବୈଜୟନ୍ତ ପଣ୍ଡା। ଲୋକସଭା ବାଚସ୍ପତିଙ୍କ ନିକଟକୁ ଇସ୍ତଫା ପତ୍ର ପଠାଇଲେ। ଏନେଇ ଟ୍ୱିଟ୍‌ ଯୋଗେ ଜଣାଇଛନ୍ତି ବୈଜୟନ୍ତ। ଦଳ ଛାଡ଼ିବା ବେଳେ ନବୀନଙ୍କୁ ଚିଠିରେ ମୁଁ ଏକଥା ଜଣାଇଥିଲି। ପିତାଙ୍କ ଶୁଦ୍ଧିକ୍ରିୟା ପରେ ସାଂସଦ ପଦରୁ ଇସ୍ତଫା ଦେବା ନେଇ କହିଥିବା ସେ ଟ୍ୱିଟ୍‌ରେ ଉଲ୍ଲେଖ କରିଛନ୍ତି। ସେ ଲେଖିଛନ୍ତି ଯେ, ଶୁଦ୍ଧିକ୍ରିୟା ପରେ ମୁଁ ବାଚସ୍ପତିଙ୍କୁ ଭେଟିବାକୁ ଚାହିଁଥିଲି। ବାଚସ୍ପତି ବିଦେଶ ଗସ୍ତରେ ଥିବାରୁ ଭେଟି ପାରି ନ ଥିଲି। ବାଚସ୍ପତିଙ୍କୁ ଭେଟି ନପାରି ଇସ୍ତଫା ପତ୍ର ପଠାଇ ଦେଇଛି ବୋଲି ସେ ଟ୍ୱିଟ୍‌ରେ ଉଲ୍ଲେଖ କରିଛନ୍ତି।

ପୂର୍ବରୁ ଗତ ମେ ୨୮ ତାରିଖରେ ବିଜେଡିରୁ ଇସ୍ତଫା ଦେଇଥିଲେ କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡା। ନିଜ ଇସ୍ତଫା ପତ୍ର ସେ ଦଳର ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇ ଥିଲେ। ଜାନୁୟାରୀ ୨୪ ତାରିଖରେ ଦଳ ବିରୋଧି କାର୍ଯ୍ୟ ଲାଗି ତାଙ୍କୁ ବିଜେଡିରୁ ନିଲମ୍ବିତ କରାଯାଇଥିଲା। ତାଙ୍କ ବାପା ବଂଶୀଧର ପଣ୍ଡାଙ୍କ ଦେହାନ୍ତ ପରେ ସେହି ଦୁଃଖଦ ମୁହୂର୍ତ୍ତରେ ବିଜେଡିରୁ ଜଣେ ହେଲେ ବି କେହି ତାଙ୍କ ଶେଷ ଦର୍ଶନ ପାଇଁ ନ ଆସିବା ଏହା ତାଙ୍କୁ ଗଭୀର ଭାବରେ ମର୍ମାହତ କରିଥିଲା। ଏହି କାରଣରୁ ସେ ଇସ୍ତଫା ଦେଇଥିବା ଲେଖିଥିଲେ।ଏନେଇ ସେ ୩ ଫର୍ଦ୍ଦିଆ ଇସ୍ତଫା ପଠାଇଥିଲେ।

Related Posts

About The Author

Add Comment