ସହୀଦ ଲକ୍ଷଣ ନାୟକ ମହାବିଦ୍ୟାଳୟର ପୁରାତନ ଛାତ୍ରୀମାନଙ୍କର ବନ୍ଧୁ ମିଳନ

Spread the love
ବୈପାରିଗୁଡା, ୬/୬ (ସନ୍ଧାନ ନିୟୁଜ) – କୋରାପୁଟ ଜିଲ୍ଲାର ବୈପାରିଗୁଡା ସ୍ଥିତ ସହୀଦ ଲକ୍ଷଣ ନାୟକ ମହାବିଦ୍ୟାଳୟର ୧୯୯୫ ମସିହା ରେ ଯୁକ୍ତ ଦୁଇ ହାସଲ କରିଥିବା ଛାତ୍ର ଛାତ୍ରୀମାନଙ୍କର ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ସ୍ଥାନୀୟ ମା ବୀରଖମ୍ବ ମନ୍ଦିର ନିକଟସ୍ଥ ଟେକବାଡ଼ ଠାରେ ଅନୁଷ୍ଠିତ ହୋଇଯାଇଛି।ଦୀର୍ଘ ୨୪ ବର୍ଷ ପରେ ଏକାଠି ହୋଇଥିବା ଏହି ବନ୍ଧୁମାନେ ପରଷ୍ପରକୁ ଦେଖିବାପରେ ଭାବ ବିହ୍ୱୋଳ ହୋଇଯାଇଥିଲେ। ଚଳିତବର୍ଷ ଠାରୁ ପ୍ରତିବର୍ଷ ୧୯୯୫ ମସିହା ଯୁକ୍ତ ଦୁଇ ଛତ୍ର ଛାତ୍ରୀ ମାନଙ୍କର ବନ୍ଧୁ ମିଳନ କରାଯିବା ପାଇଁ ସର୍ବସମ୍ମତି କ୍ରମେ ନିଷ୍ପତି ନିଆଯାଇଛି ।ଏହାଦ୍ୱାରା ସମସ୍ତଙ୍କ ମଧ୍ୟରେ ସ୍ନେହଁ ପ୍ରେମ ଦୃଢିଭୂତ ହେବ ଏବଂ ସ୍ଥାନୀୟ ଅଂଚଳରେ ସମାଜ କଲ୍ୟାଣ କାର୍ଯ୍ୟସବୁ କରି ହେବ। ଆମକୁ ଯେଉଁ ମହାବିଦ୍ୟାଳୟ ଶିକ୍ଷା ଦେଇ ଆଜିର ସ୍ଥିତିରେ ପହଂଚାଇ ପାରିଛି ତାର ସୁରକ୍ଷା ତଥା ସର୍ବାଙ୍ଗୀନ ଉନ୍ନତି କରିବା ଦିଗରେ ସମସ୍ତ ପ୍ରକାର ପ୍ରଚେଷ୍ଟା ଜାରୀ ରହିବ ବୋଲି ସମସ୍ତ ବନ୍ଧୁ ମାନେ ମତ ପ୍ରକାଶ କରିଥିଲେ।ଉକ୍ତ ବନ୍ଧୁ ମିଳନ କାର୍ଯ୍ୟକ୍ରମ ରେ ସହୀଦ ଲକ୍ଷଣ ନାୟକ ମହାବିଦ୍ୟାଳୟ ର ଅଧ୍ୟକ୍ଷ – କୁମୁଦ ରଂଜନ ମହାରଣା, ଅଧ୍ୟାପକ –  ଭଗବାନ ପ୍ରଧାନ,ଖେଳ ଅଧ୍ୟାପକ –  ଦିଲ୍ଲୀପ ରଥ, କିରାଣି – ମକର ଫାଲାମ,ପ୍ରଦୀପ ଭୂୟାଁ, ନରସିଂହ ବିଷୋୟୀ ଙ୍କ ସମେତ ୧୯୯୫ ମସିହା ର ଯୁକ୍ତ ଦୁଇ ର ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରୁ କ୍ଷୀରୋଦ ପାଇକ,ନିଶାଙ୍କ ରଥ,ଭବାନୀ ମାଳୀ,ପ୍ରସନ୍ନ ମିଶ୍ର,ଅନୀଲ ପାତ୍ର,ବିଜୟ ସାହୁ,ପି. ଅଶୋକ କୁମାର,ପୁରୁଷୋତ୍ତମ ତଲିଆ,ଫ୍ରମ ଦୋରା,ପ୍ରମୋଦିନୀ କର,ରଶ୍ମୀରାଣୀ ନାୟକ,କୃଷ୍ଣ ପ୍ରିୟା ଗୌଡ଼,ପାର୍ବତୀ ଖରା ପ୍ରମୁଖ ଉପସ୍ଥିତ ଥିଲେ ।
ରିପୋର୍ଟ – ସରୋଜ କୁମାର ଲେଙ୍କା ।

Related Posts

About The Author

Add Comment