ବାରିପଦା ୧୨/୭ (ସନ୍ଧାନ ନିଉଜ/ଲିଙ୍ଗରାଜ ପଣ୍ଡା) ;- ସ୍ଥାନୀୟ ଉତ୍ତର ଓଡ଼ିଶା ବିଶ୍ଵବିଦ୍ୟାଳୟ ପରିସରରେ ପରିଚାଳିତ ଓଡ଼ିଆ ଇଂରାଜୀ, ଗଣିତ, ସମାଜସେବା ନୃତତ୍ତ୍ବ, କମ୍ପ୍ୟୁଟର ବିଜ୍ଞାନ, ବାଣିଜ୍ୟ ପ୍ରଶାସନ, ଶିକ୍ଷା, ସଂଯୁକ୍ତ ସ୍ନାତକ, ସ୍ନାତକୋତ୍ତର ଶିକ୍ଷକ ଶିକ୍ଷା,ପ୍ରତିକ୍ଷଣ ଆଦି ସ୍ନାତକୋତ୍ତର ସେଲ୍ପ ଫାଇନାନ୍ସିଂ ଡିପାର୍ଟମେଣ୍ଟଗୁଡିକ ବନ୍ଦ କରି ସରକାରୀ ନିୟମିତ ବିଭାଗରେ ପରିଣତ କରିବା ପାଇଁ ୨୦୧୮ ମସିହାରେ ୫୦ରୁ ଉର୍ଦ୍ଧ୍ବ ନିୟମିତ ସରକାରୀ ଶିକ୍ଷକ ପଦବୀ ମଂଜୁର କରାଯାଇଥିଲା।ଏଣୁ ଆଶା କରାଯାଉଥିଲା। ଏହି ପଦବୀଗୁଡ଼ିକ ପୂରଣ ହେଲେ ଛାତ୍ରଛାତ୍ରୀମାନେ ପ୍ରଚୁର ଅର୍ଥ ଦେଇ ସେଲ୍ ଫ ଫାଇନାନ୍ସିଂ ବ୍ୟବସ୍ଥାରେ ଠିକା ନିଯୁକ୍ତ ଶିକ୍ଷକଙ୍କ ପାଠପଢ଼ାରୁ ମୁକ୍ତି ପାଇ ସରକାରୀ ନିୟମିତ ବିଭାଗରେ ପଢ଼ିବାର ସୁବିଧା ସୁଯୋଗ ଲାଭ କରିବେ। କିନ୍ତୁ ବିଡ଼ମ୍ବନାର ବିଷୟ ହୋଇଛି କି ଯେ ଏପର୍ଯ୍ୟନ୍ତ ଉକ୍ତ ସରକାରୀ ଶିକ୍ଷକ ପଦବୀଗୁଡ଼ିକ ନିଯୁକ୍ତ ନ ହେବା ଦ୍ବାରା ଛାତ୍ରଛାତ୍ରୀମାନେ ୨୦୧୮ଓ୨୦୧୯ ଦୁଇ ବର୍ଷ ପ୍ରଚୁର ଅର୍ଥ ନାମଲେଖା ରାଶି ଦେଇ ସେଲ୍ ଫ ଫାଇନାନ୍ସିଂ ବ୍ୟବସ୍ଥାରେ ପଡ଼ିଥିବା ସହିତ ଏବେ ୨୦୨୦ମସିହାରେ ମଧ୍ୟ ସମାନ ବ୍ୟବସ୍ଥାରେ ପଢିବାକୁ ଯାଉଛନ୍ତି। ଏମ୍ ଫିଲ୍ , ପିଏଚଡ଼ି ପିଠପଢାରୁ ମଧ୍ୟ ବଂଚିତ ହୋଇ ଚାଲିଛନ୍ତି। ଏପର୍ଯ୍ୟନ୍ତ ଏହି ନିୟମିତ ସରକାରୀ ଶିକ୍ଷକ ପାଠପଢାଗୁଡିକର ନିଯୁକ୍ତି ପ୍ରକ୍ରିୟା ଶେଷ ହୋଇ ନାହିଁ। କରୋନା ମହାମାରୀ ଯୋଗୁଁ ଆର୍ଥିକ ଦୁରାବସ୍ଥାରେ ଥିବା ବେଳେ ମୟୂରଭଞ୍ଜ ଭଳି ଆଦିବାସୀ ଅଧ୍ୟୁଷିତ ଅନଗ୍ରସର ଜିଲ୍ଲାବାସୀଙ୍କ ପାଇଁ ଏପରି ଅବହେଳା ଦୁର୍ଭାଗ୍ୟ ବିଷୟ।ଏଣୁ ଏ ସଂପର୍କରେ ଯଥାଶୀଘ୍ର ଉପଯୁକ୍ତ ବିଚାର କରାଯାଇ ଉପରୋକ୍ତ ମଂଜୁରୀପ୍ରାପ୍ତ ନିୟମିତ। ସରକାରୀ ଶିକ୍ଷକ ପଦବୀଗୁଡ଼ିକରେ ନିଯୁକ୍ତି ଦିଆଯାଇ ସେଲଫ୍ ଫାଇନାନ୍ସିଂ ପାଠ୍ୟ ବ୍ୟବସ୍ଥାକୁ ବନ୍ଦ କରାଯିବାକୁ ମୂଖ୍ୟମନ୍ତ୍ରୀଙ୍କ ସମେତ ରାଜ୍ୟପାଳ , ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗର ମନ୍ତ୍ରୀ ଓ ଉତ୍ତର ଓଡ଼ିଶାର ବିଶ୍ବବିଦ୍ୟାଳୟ ର କୁଳପତିଙ୍କୁ ଜିଲ୍ଲା ର ବୃଦ୍ଧିଜୀବି ପୂର୍ଣ୍ଣଚନ୍ଦ୍ର ବୁଗୁଡେଇ, ତାପସ ମାହାଲି ,ମାନସ ପାତ୍ର , ଲଳିତ କୁମାର ମହାନ୍ତ, ଜିତୁ ମୁର୍ମୁ , ରାମଚନ୍ଦ୍ର ମୁର୍ମୁ , ରାକେଶ ନାୟକ, ରାମଚନ୍ଦ୍ର ବେହେରା, କୃଷ୍ଣଚନ୍ଦ୍ର ଦାସ, ପଦ୍ମନାଭ ସାହୁ , ଜଗନ୍ନାଥ ଦେ ପ୍ରମୁଖଙ୍କ ପକ୍ଷରୁ ଦାବି ପତ୍ର ଦିଆଯାଇଛି ।
ସଲ୍ପ ଫାଇନାନ୍ସିଂ ପାଠ୍ୟ ବ୍ୟବସ୍ଥାକୁ କରି ସରକାରୀ ନିୟମିତ ବିଭାଗରେ ପରିଣତ କରିବାକୁ ଦାବି
|
July 12, 2020 |
